Thursday , September 28 2023
Home / ବିଶେଷ / ଗନାଇଲୋ ହାଇସ୍କୁଲ ୧୯୯୦ ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ

ଗନାଇଲୋ ହାଇସ୍କୁଲ ୧୯୯୦ ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ

ରଘୁନାଥପୁର,୩୦/୧୨/୨୦୨୦(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଗନାଇଲୋ ହାଇସ୍କୁଲ ୧୯୯୦ ମାଟ୍ରିକ୍ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଜଇପୁରସ୍ଥିତ ମହାନଦୀ ତଟରେ ଅନୁଷ୍ଠିତ ହୋଇ ଯାଇଛି । ପୁରାତନ ଛାତ୍ର ତପନ କୁମାର ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଦୀର୍ଘ ୩୦ ବର୍ଷ ପରେ ସାଙ୍ଗମାନେ ଏକାଠି ହୋଇ ଥିବାରୁ ନିଜ ନିଜର ପୁରୁଣା ଅନୁଭୂତିକୁ ପରଷ୍ପର ମଧ୍ୟରେ ବଂଟନ କରି ଆନନ୍ଦିତ ହୋଇଥିଲେ । ଏବଂ ଭବିଷ୍ୟତରେ ଏପରି ଉତ୍ସବ ପ୍ରତିବର୍ଷ ପାଳନ କରିବା ସହିତ ପ୍ରତ୍ୟେକ ପ୍ରତ୍ୟେକଙ୍କ ଅସମୟରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଥିଲେ । ଏବଂ ନିଜ ନିଜ ଉଦ୍ୟମରେ ନିଜ ସ୍କୁଲ ର ଉନ୍ନତିରେ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ ହୋଇଥିଲେ । ଶେଷରେ ଛାତ୍ର ଯଶୋବନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ମହେନ୍ଦ୍ର ବେହେରା, ତପନ ଲେଙ୍କା, ରବିନ୍ଦ୍ର ସାମଲ, ରାଜେନ୍ଦ୍ର ଦାସ, ଅମୂଲ୍ୟ ସମାଲ, ପ୍ରଫୁଲ ଖୁଂଟିଆ,ପ୍ରଫୁଲ ଜେନା,ଅଜୟ ଭୁୟାଁ , ସାରଦା ପ୍ରସନ ସେଠୀ, ଅଲୌକିକ ଖୁଂଟିଆ,ଗୋବର୍ଦ୍ଧନ ବେହେରା,ରଂଜିତ ଜେନା,ବିଭୂତି ଭୂୟାଁ , ସୁବ୍ରତ ମହାପାତ୍ର, ଜଗନ୍ନାଥ ଦାସ, ପ୍ରିତିରଂଜନ ପାତ୍ର, ବ୍ରଜକିଶୋର ସାମଲ, ଭାସ୍କର ମଲିକ, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଦ୍ୟୁମ୍ନ ମହାନ୍ତି , ପ୍ରତାପ ମହାନ୍ତି, ସୁବ୍ରତ ଦାସ, ସୁନାକର ବର୍ଦ୍ଧନ , ଦୀପକ ଜେନା, ବିଶ୍ୱଜିତ ଦାସ, ଅଂଜଳୀ ସାମଲ, ମମତା ଜେନା, ବିଶାଖା ଯୋଗାଣିଆ, ମମତା ମହାନ୍ତି , ସୁଲୋଚନା ଶୁକ୍ଳା, କଳ୍ପନା ବିଶ୍ୱାଳ,ରୀନା ବାରିକ, ଗୀତାଂଜଳୀ ଦାସ, କୁନୁ ଦାସ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *