Friday , September 29 2023
Breaking News
Home / କୃଷି / କୃଷିସଂସ୍କାର କୃଷକଙ୍କ ଆୟ ଦ୍ୱିଗୁଣ କରିବ – ଡ଼ଃ ସରୋଜ କୁମାର ସ୍ୱାଇଁ

କୃଷିସଂସ୍କାର କୃଷକଙ୍କ ଆୟ ଦ୍ୱିଗୁଣ କରିବ – ଡ଼ଃ ସରୋଜ କୁମାର ସ୍ୱାଇଁ

ଭୁବନେଶ୍ୱର.୩୦/୧୨/୨୦୨୦- ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି ନୂତନ କୃଷିସଂସ୍କାର କୃଷକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଓ ଏହା ସେମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବବୋଲି ଆଇ.ସି.ଏ.ଆର – ସିଫାର ନିର୍ଦ୍ଧେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ କୃଷି ଗବେଷଣା ପ୍ରତିଷ୍ଠାନ ବିଗତ ୩୩ ବର୍ଷ ଧରି କୃଷି ଉପଯୋଗୀ ପ୍ରଯୁକ୍ତିବିଦ୍ୟା ବିକଶିତ କରିଆସୁଛି ।ଭାରତରୁ ଉତ୍ପାଦିତ ହେଉଥିବା ପ୍ରାୟ ୧୫.୦ ନିୟୁତ ଟନ ମାଛ ମଧ୍ୟରୁ ପ୍ରାୟ ୭୦ ଶତାଂଶରୁ ଉଦ୍ଧ୍ୱର୍ ଆନ୍ତଃଜଳମାଛ ଅଟନ୍ତି । ୨୦୨୨ ମସିହା ସୁଦ୍ଧା ଏହାକୁ ୨୨.୦ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଉଦ୍ୟମକରୁଛନ୍ତି ।ଗବେଷଣା ସହିତ ସିଫା କୃଷକମାନଙ୍କୁ ବିଭିନ୍ନ କୃଷି ଉପଯୋଗୀ ତାଲିମ ପ୍ରଦାନ, ଦକ୍ଷତା ବିକାଶ,ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ, ଜନଜାତି ଅଧୁ୍ୟଷିତ ଅଂଚଳରେ ଜଳକୃଷିର ବିକାଶ ଓ ବିସ୍ତାର ଦିଗରେସକି୍ରୟକାର୍ଯ୍ୟକରୁଛି । ଫାର୍ମରସ୍ ଫାଷ୍ଟ, ଏସ୍.ଟି.ସି, ଏନ.୍ଇ.ଏଚ୍, ଏସ୍.ସି.ଏସ୍.ପି, ଆର୍.କେ.ଭି.ୱାଇ ଇତ୍ୟାଦି ଜନପ୍ରିୟ କାର୍ଯ୍ୟକ୍ରମ ଗୁଡ଼ିକ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୫୦୦୦ କୃଷକଙ୍କ ନିକଟରେ ସିଫା ପହଁଚି ପାରୁଛି । କରୋନା ମହାମାରୀ ର ଆବର୍ତମାନରେ ଭର୍ଚୁଆଲ୍ ଟ୍ରେନିଂ ଓ ହ୍ୱାଟସ୍ ଆପ୍ ମାଧ୍ୟମରେ ମଧ୍ୟ ସିଫାର ପ୍ରଯୁକ୍ତିବିଜ୍ଞାନ କୃଷକ ମାନଙ୍କର ଅଧିକ ନିକଟତର ହୋଇଛି । ନିକଟରେ ସରକାର ତିନୋଟି କୃଷିସଂସ୍କାର କରିଛନ୍ତି ସେଗୁଡ଼ିକ ହେଲା (୧) କୃଷକ ଉତ୍ପାଦକ ବାଣିଜ୍ୟ ଏବଂ ବିପଣନ (ପ୍ରମୋସନ ଓ ଫାସିଲିଟେସନ୍) ଆଇନ ୨୦୨୦ (୨) ମୂଲ୍ୟ ପ୍ରତିଶୃତି ଓ କୃଷିସେବା (କୃଷକ ସଶକ୍ତିକରଣ ସୁରକ୍ଷା)ଚୁକ୍ତି ଆଇନ୍ ୨୦୨୦ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ।
ସଂସ୍କାର ର ଏକ ଅଂଶ ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ ସେପ୍ଟେମ୍ବର ୨୦୨୦ ରୁ ଆଖିଦୃଶିଆ ବୃଦ୍ଧି ପାଇଛି ।କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ଏପିଏମସି ମଣ୍ଡି କିମ୍ବା ବାହାରେ ବିକ୍ରୟ କରିବାର ସୁଯୋଗ ପାଇପାରିବେ । ଯାହାଫଳରେ କି ମଣ୍ଡିରେ ହେଉଥିବା ଏକଚାଟିଆ ଅଧିକାରର ସମାପ୍ତ ହେବ । କୃଷକମାନେ ସେମାନଙ୍କର ସାମଗ୍ରୀ ଅନଲାଇନ୍ ରେ ବିକ୍ରୟ କରିପାରିବେ । ଫଳତଃ ଦୀର୍ଘଦିନ ଧରିକୃଷିଜାତ ବିକ୍ରୟରେ ଦଲାଲରାଜ ଶେଷହେବ । ଆଇନ କାର୍ଯ୍ୟକାରୀ ହେଲେ କୃଷକମାନେ ଖାଉଟିମୂଲ୍ୟରେ ସେମାନଙ୍କର ଅଂଶପାଇବେ । ଖାଦ୍ୟ ପ୍ରକି୍ରୟାକରଣ କ୍ଷେତ୍ରରେ ସଂଯୁକ୍ତ ହେବା ଓ ଉପଯୁକ୍ତ ମୂଲ୍ୟ ପ୍ରତିଶୁତି ସହିତ ଚୁକ୍ତିଭିତିକ କୃଷି ଅଧିକ କୃଷକଙ୍କ ସହ ସହଯୋଗୀ ହୋଇରହିବ ।ତେଣୁ ଉଭୟ କୃଷକ ଓ କ୍ରେତାଙ୍କସ୍ୱାର୍ଥର ସୁରକ୍ଷା କରାଯାଇ ପାରିବ । ବଜାରମୂଲ୍ୟ ଓ ଟିକସହ୍ରାସ ଏକ ନୂତନ ସୁଲଭ ଦର ଆବିଷ୍କାର କରିବ । କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ମାଧ୍ୟମରେ ଚାଷକରିବା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କର ଚାଷ ଜମି ବିକ୍ଷପ୍ତିଭାବରେ ରହିଛି, ସେମାନେ ମୂଲଚାଲ କରି ଅଧିକ ଲାଭଉଠାଇ ପାରିବେ । ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ କୃଷିସଂସ୍କାର ୨୦୨୨ ସୁଦ୍ଧା ଦେଶରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବବୋଲି ସିଫାର ନିର୍ଦ୍ଧେଶକ ଡ଼ଃ ସ୍ୱାଇଁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *