Sunday , September 25 2022
Home / ବିଶେଷ / ଏସଆଇଡିବିଆଇ ପକ୍ଷରୁ ଏମଏସଏମଇ ମାନଙ୍କ ପାଇଁ ସମ୍ପତି ପୁନର୍ଗଠନ ୱେବ୍ ମଡୁ୍ୟଲ୍ ର ଶୁଭାରମ୍ଭ

ଏସଆଇଡିବିଆଇ ପକ୍ଷରୁ ଏମଏସଏମଇ ମାନଙ୍କ ପାଇଁ ସମ୍ପତି ପୁନର୍ଗଠନ ୱେବ୍ ମଡୁ୍ୟଲ୍ ର ଶୁଭାରମ୍ଭ

ଭୁବନେଶ୍ୱର, ୩୦ ଡିସେମ୍ବର, ୨୦୨୦( ଓଡ଼ିଶା ସମାଚାର)- ଏସଆଇଡିବିଆଇ, ଭାରତ କ୍ଷୁଦ୍ର ଶୀଳ୍ପ ବିକାଶ ବ୍ୟାଙ୍କ ଦେଶର ସର୍ବୋଚ୍ଚ ଆର୍ଥôକ ପ୍ରତିଷ୍ଠାନ, ଏମଏସଏମଇ ବା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରୋତ୍ସାହନ, ଆର୍ଥôକ ତଥା ବିକାଶ ପାଇଁ ସାହାଯ୍ୟ କରିବାକୁ ଏକ ୱେବ୍ ପୋର୍ଟାଲ ଷଗ୍ଧଗ୍ଧକ୍ଟ୍ରଗ୍ଦ://ବକ୍ସଜ୍ଞ-ଜ୍ଞଗ୍ଦଜ୍ଞର.ସଦ୍ଭ ଲଂଚ କରିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର (ଆରବିଆଇ) ଏମଏସଏମଇ ପୁନର୍ଗଠନ ଗାଇଡଲାଇନର ଲାଭ ନେବାରେ ଏହା ସାହାଯ୍ୟ କରିବ । ଏହି ସମ୍ପତି ପୁନର୍ଗଠନ ବା ଏସେଟ ରିଷ୍ଟ୍ରକଚର ୱେବ୍ ମଡୁ୍ୟଲ୍ ସାହାଯ୍ୟରେ, ଏମଏସଏମଇ ଗୁଡିକ କେବଳ ସେମାନଙ୍କର ଆବଶ୍ୟକୀୟ ସଂକ୍ଷିପ୍ତ ତଥ୍ୟ ଦେଇ ସେମାନଙ୍କର ଅତୀତର ଆର୍ଥôକ ତଥ୍ୟ, ଭବିଷ୍ୟତର ଆକଳନ ଓ ପୁନର୍ଗଠନ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସମର୍ଥ ହେବେ । ପ୍ରସ୍ତୁତ ପ୍ରସ୍ତାବ ବ୍ୟାଙ୍କ ଗୁଡିକରେ ଅନଲାଇନ ଏସଦାଖଲ କରାଯାଇପାରିବ ଏବଂ ଇମେଲ ମାଧ୍ୟମରେ କିମ୍ବା ହାର୍ଡ କପିରେ ବ୍ୟାଙ୍କ ଗୁଡିକରେ ଦାଖଲ ପାଇଁ ରିପୋର୍ଟ ମଧ୍ୟ ସୃଷ୍ଟି କରାଯାଇପାରିବ ।
ଏହି ଅବସରରେ ଉଦବୋଧନ ଦେଇ ଏସଆଇଡିବିଆଇ ର ଡେପୁଟି ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ ମନୋଜ ମିତଲ କହିଛନ୍ତି, “ଆମର ସହଯୋଗୀ, ଇଣ୍ଡିଆ ଏସଏମଇ ଆସେଟ୍ ରିକନଷ୍ଟ୍ରକସନ କମ୍ପାନୀ ଲିମିଟେଡ (ଆଇଏସଆରସି) ଙ୍କ ସହଯୋଗରେ ଆମେ ଏହି ମଡୁ୍ୟଲ୍ ବିକଶିତ କରିଛୁ, ଯାହାକି ଏକ ଆସେଟ୍ ରିକନ୍ଷ୍ଟ୍ରକସନ କମ୍ପାନୀ (ଏଆରସି) ଅଟେ । ଏହି ପଦକ୍ଷେପ ଆର୍ଥôକ ପୁନରୁଦ୍ଧାରରେ ସହାୟତା କରିବ ଏବଂ ଏହି ଦିଗରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସୁଦୂରପ୍ରସାରୀ ପଦକ୍ଷେପଗୁଡିକୁ ଲାଭାନ୍ୱିତ କରିବ । ଏମଏସଏମଇ ୟୁନିଟ ଗୁଡିକ ହ୍ୟାଣ୍ଡହୋଲ୍ଡିଂ ସହାୟତା ପ୍ରଦାନ କରିବାକୁ ଏବଂ ପୁନର୍ଗଠନରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଶୀଳ୍ପ ସଙ୍ଗଠନ ଗୁଡିକ ସହଭାଗିତାରେ ୨୦ଟି ଏମଏସଏମଇ କ୍ଲଷ୍ଟର ସ୍ଥାନରେ ଋଣ ପରାମର୍ଶଦାତାଙ୍କୁ ସ୍ଥାନୀତ କରାଯାଇଛି । ଯଦି ଆବଶ୍ୟକତା ପଡେ ତେବେ ଏଭଳି ସ୍ଥାନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରେ ।”
ଏହି ପୋର୍ଟାଲକୁ କେତେକ ଅଗ୍ରଣୀ ବ୍ୟାଙ୍କ ସେମାନଙ୍କର ଏମଏସଏମଇ ଗ୍ରାହକଙ୍କ ବ୍ୟବହାର ପାଇଁ ପରୀକ୍ଷା କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ଏହି ମଡୁ୍ୟଲ ବ୍ୟବହାର କରି ସେମାନଙ୍କ ଏମଏସଏମଇ ଗ୍ରାହକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପୁନର୍ଗଠନ ପ୍ରସ୍ତାବ ଗ୍ରହଣ କରିବାକୁ ସହମତ ହୋଇସାରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଇଣ୍ଡିଆନ ବ୍ୟାଙ୍କ ର ପ୍ରବନ୍ଧ ନିର୍ଦ୍ଧେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ପଦ୍ମଜା ଚୁନ୍ଦୁରୁଙ୍କ ଉପସ୍ଥିତିରେ ଏସଆଇଡିବିଆଇ ଏବଂ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।
କୋଭିଡ-୧୯ ସମ୍ବନ୍ଧୀୟ ସମସ୍ୟାର ସମୁଖିନ ହୋଇଥିବା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଶିଳ୍ପ ସଂଗଠନଗୁଡିକୁ ସାହାଯ୍ୟ କରିବାକୁ ଯାଇ ଅଗ୍ରଶୀଳ ଏମଏସଏମଇଗୁଡିକର ପୁନର୍ଗଠନର ତାରିଖକୁ ଆରବିଆଇ, ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛି । ଏହାସତ୍ୱେ ଅନେକ ଏମଏସଏମଇ ମାନଙ୍କୁ ନିଜେ ପୁନର୍ଗଠନ ପ୍ରସ୍ତାବ ପ୍ରସ୍ତୁତ କରିବା କଷ୍ଟକର ହୋଇପଡୁଛି । ଏହି ପରିସ୍ଥିତିରେ ଡିଆଇୱାଇ କିଟ ସେମାନଙ୍କୁ ସାହାଯ୍ୟ କରିବ କିଟ ସେମାନେ ନିଜ ବ୍ୟବସାୟିକ ଜ୍ଞାନକୁ ବ୍ୟବହାର କରି ସରଳ ଉପାୟରେ ପୁନର୍ଗଠନ ପ୍ରସ୍ତାବ ପ୍ରସ୍ତୁତ କରିପାରିବେ । ଏହି ମଡୁ୍ୟଲ ପୁନର୍ଗଠନର ବିଭିନ୍ନ ବିକଳ୍ପ କୁ ତୁଳନା କରିବା ସହଜ କରିବା ସହିତ ବଦଳିବା ସମୟକୁ ହ୍ରାସ କରିଥାଏ । ଏସଆଇଡିବିଆଇ ର ବିକାଶମୂଳକ ପଦକ୍ଷେପଗୁଡିକର ଏକ ଅଂଶ ଭାବରେ ଏଆରଏମ- ଏମଏସଏମଇକୁ ମାଗଣାରେ ଦିଆଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048