Sunday , October 24 2021
Breaking News
Home / ରାଜନୀତି / ଆରକ୍ଷଣ ନୀତି୨୦୨୦ ଏକ ଐତିହାସିକ ନିଷ୍ପତି – ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ କେନ୍ଦ୍ରାପଡାର ଯୁବ ଓ ଛାତ୍ର

ଆରକ୍ଷଣ ନୀତି୨୦୨୦ ଏକ ଐତିହାସିକ ନିଷ୍ପତି – ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ କେନ୍ଦ୍ରାପଡାର ଯୁବ ଓ ଛାତ୍ର

କେନ୍ଦ୍ରାପଡ଼ା,୩୦/୧୨/୨୦୨୦(ଓଡ଼ିଶା ସମାଚାର)- ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜରେ ସ୍ୱତନ୍ତ୍ର ସରଂକ୍ଷଣ ବ୍ୟବସ୍ଥା, କେବଳ ଓଡିଶା ନୁହେଁ ସାରା ଭାରତବର୍ଷରେ ଏକ ନୂତନ ଏବଂ ଯୁଗାନ୍ତକାରୀ ନିଷ୍ପତି । ଏଭଳିି ଐତିହାସିକ ଘୋଷଣା କରିଥିବାରୁ ସାଢେ ଚାରିକୋଟି ଓଡିଆ ଜନ ମାନସର ନେତା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ  ନବୀନ ପଟ୍ଟନାୟକଙ୍କୁ ଇତିହାସ ନିଶ୍ଚୟ ମନେରଖିବ ।

ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଜିଲ୍ଲା ଯୁବ ବିଜୁ ଜନତା ସଭାପତି ଶ୍ରୀଯୁକ୍ତ ରାଜେଶ ଦାସଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା  ପୁରୁଣା ମଟର ଷ୍ଟାଣ୍ଡ ଠାରେ  ଅନୁଷ୍ଠିତ  ହୋଇଯାଇଅଛି । ଏହି ସଭାରେ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଯୋଗଦେଇ ଏଭଳି ଏକ ଯୁଗାନ୍ତକାରୀ ଘୋଷଣା  କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାରା ଭାରତବର୍ଷରେ ଏକ ଇତିହାସ  ରଚନା କରିଛନ୍ତି ବୋଲି  କହିଥିଲେ । କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ  ଉତ୍କଳ କେଶରୀ ପରିଡା ଏହି ସଭାରେ ନିଜର ବକ୍ତବ୍ୟ ରଖି, ଏଭଳି ନିଷ୍ପତି  ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ ବୋଲି ନିଜର  ମତ ପୋଷଣ କରିଥିଲେ  । ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରଶାନ୍ତ ରାଉତ ପ୍ରଥମେ କ୍ୟାବିନେଟରେ ପାରିିତ ହୋଇଥିବା ପ୍ରସ୍ତାବକୁ ପଠନ କରି  ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ରଞ୍ଜିତ କୁମାର ସାହୁ । ଡିଆର ଡିଏ ସଭାପତି ମାନସ ପରିଡା, ବ୍ଲକ ଚେୟାରମ୍ୟାନ ଶିବ ପ୍ରସାଦ ଭଳ, ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ରୋସ୍ନା ସାହୁ,  ବ୍ଳକ ସଭାପତି ଆଲୋକ ସାହୁ, ନଗର ସଭାପତି ଯଯାତି କେଶରୀ ମହାନ୍ତି , କାର୍ଯ୍ୟକାରୀ ସଭାପତି ମଙ୍ଗଳ ବରଣ ସିଂ, ବିଜୟ ପତି, ରେବତୀ ରମଣ ଦାସ,ଦୁର୍ଗା ପତି, ଦେବ ଦାସ ମହାନ୍ତି, ସବିତା ସାହୁ, ଗାୟତ୍ରୀ ମହାନ୍ତି, ଲୋପାମୁଦ୍ରା ବାରିକ , ସେକ ଚନ୍ଦନ, ଦୁଷ୍ମନ୍ତ ମଲ୍ଲିିକ, ଗୋଲଖ ପଢିଆରି, ସଂଜୟ କୁମାର ଜେନା, ରମାକାନ୍ତ ସ୍ୱାଇଁ, ଅଜୟ ମହାନ୍ତି, ଅକମଲ ଅଲ୍ଲୀ, ନଗେନ୍ଦ୍ର ଜେନା, ଓଡିଶା ମୋ ପରିବାରର ଆବାହକ  କାଳିପ୍ରସାଦ ମିଶ୍ର, ବିଜୁ ଯୁବ ଜନତା କାର୍ଯ୍ୟକର୍ତା  ମହେନ୍ଦ୍ର ମିଶ୍ର, ରଞ୍ଜନ ସାହୁ,ଉମେଶ ଚନ୍ଦ୍ର ନାୟକ, ଲେନିନ ସ୍ୱାଇଁ, ଜୟଦେବ ପରିଡା,ରଞ୍ଜନ କର, ରାକେଶ ସେଠୀ, ରକିବୁର ରହେମାନ, ଲାଲୁ ପ୍ରସାଦ ଜେନା ଲିପୁ ସାହୁ, ମହେଶ ପାଢୀ, ନିରଞ୍ଜନ ବାରିକ,  ବ୍ଲକ ସଭାପତି ସଂଗମ କେଶରୀ ସାମଲ,  ରାଜ୍ୟ ଯୁଗ୍ମ  ସଂପାଦକ ଦୀନବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

        ବିଜୁ  ଛାତ୍ର ଜନତା  ଦଳର କାର୍ଯ୍ୟକର୍ତା ଅମରିନ ସାହାଦତ, ରାଜଶ୍ରୀ ଦାସ, ଲିଜାରାଣୀ ପତ୍ରୀ, ଚିତ ରଂଜନ ଦାସ, ଦେବସ୍ମିତା ସାମଲ, ସ୍ୱରୂପ ରାଉତରାୟ, ବିରାଟ ସିଂ,ସଞ୍ଜିବ ନିଶ୍ଚଳ ସ୍ୱାଇଁ, ମଧୁସ୍ମିତା ସିଂ ପ୍ରମୁଖ  ଉପସ୍ଥିତ ରହି ସହଯୋଗ କରିଥିଲେ । ସର୍ବଶେଷରେ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହାପରେ ସଭା ସାଙ୍ଗ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଆଗରେ ଵିଜେପିର ଧାରଣା

କଟକ ସଦର, ୨୨/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ତଥା କନ୍ଦରପୁର କୃଷକ ସେଵା …

Leave a Reply

Your email address will not be published. Required fields are marked *