Friday , October 22 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ହୁ୍ୟଣ୍ଡାଇ ପକ୍ଷରୁ ଏଚ୍-ସୋସିଆଲ୍ କ୍ରିଏଟରର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା

ହୁ୍ୟଣ୍ଡାଇ ପକ୍ଷରୁ ଏଚ୍-ସୋସିଆଲ୍ କ୍ରିଏଟରର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା

ଭୁବନେଶ୍ୱର, ୨୯/୧୨/୨୦୨୦ (ଓଡ଼ିଶା ସମାଚାର)-ଅଗ୍ରଣୀ କାର ନିର୍ମାତା ତଥା ବୃହତ୍ ପାସେଞ୍ଜର କାର୍ ରପ୍ତାନୀକାରୀ ହୁ୍ୟଣ୍ଡାଇ ମୋଟର ଇଣ୍ଡିଆ ଲିଃ.(ଏଚ୍ଏମ୍ଆଇଏଲ୍)ର  ହୁ୍ୟଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଏଚ୍-ସୋସିଆଲ୍ କ୍ରିଏଟରର ଦ୍ୱିତୀୟ ସଂସ୍କରଣ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଯୁବବର୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ପାଇଁ ଏହାଦ୍ୱାରା କାର୍ଯ୍ୟ ଜାରି ରହିଛି । ୫୦ଟି କଲେଜ ପ୍ରାୟ ୩୦,୦୦୦ ଶିକ୍ଷାର୍ଥୀ ଏଚ୍-ସୋସିଆଲ୍ କ୍ରିଏଟର-୨୦୨୦ରେ ଯୋଗଦେବେ । ଯୋଗ୍ୟ ବିବେଚିତ ଚିନ୍ତାଧାରାକୁ ୧୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯିବ । ୨୦୧୫ରେ ଏହି କାର୍ଯ୍ୟକ୍ରମ ହୁ୍ୟଣ୍ଡାଇ ମୋଟର କମ୍ପାନୀ ଦ୍ୱାରା କୋରିଆରେ ଆରମ୍ଭ ହୋଇଥିଲା ।

ଏଚ୍-ସୋସିଆଲ୍ କ୍ରିଏଟର ସୋସିଆଲ ଇନୋଭେଟର ଏବଂ ଫୁ୍ୟଚର ଥିଙ୍କର ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହା ସଡ଼କ ସୁରକ୍ଷା, ପରିବେଶ, ସ୍ୱଚ୍ଛ ଭାରତ ଏବଂ ସ୍ୱାସ୍ଥ୍ୟ ଆଦି ୪ଟି ବର୍ଗରେ କାର୍ଯ୍ୟ କରିଥାଏ । ଏଚ୍-ସୋସିଆଲ୍ କ୍ରିଏଟର ଦ୍ୱାରା ଭାରତରେ ପରବର୍ତୀ ସୋସିଆଲ ଇନୋଭେଟରଙ୍କୁ ସାମାଜିକ ସୁଧାର ଆଣିବା କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ । ଏହା ପ୍ରୋଗ୍ରେସ୍ ଫର୍ ହୁ୍ୟମାନିଟି ପାଇଁ କାର୍ଯ୍ୟ କରିବ । ଏହା ଦ୍ୱାରା ସମାଜ ଉପରେ ସକାରାତ୍ମକ ପ୍ରଭାବ ଅନୁଭୁତ ହୋଇପାରିବ ।

ଏହି ଅବସରରେ ହୁ୍ୟଣ୍ଡାଇ ମୋଟର ଇଣ୍ଡିଆ ଲିଃ.ର ଏମ୍ଡି ତଥା ସିଇଓ ଏସ୍.ଏସ୍. କିମ୍ କହିଲେ, ଏଚ୍-ସୋସିଆଲ୍ କ୍ରିଏଟର ଯୁବବର୍ଗଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତନ ଆଣିବାକୁ ସକ୍ଷମ ହେବ । ପ୍ରୋଗ୍ରେସ୍ ଫର୍ ହୁ୍ୟମାନିଟି କ୍ଷେତ୍ରରେ ହୁଣ୍ଡାଇ କାର୍ଯ୍ୟ ଜାରି ରଖିଛି । ଭାରତ ଭବିଷ୍ୟତର ବିକାଶ ପାଇଁ ହୁ୍ୟଣ୍ଡାଇ ପ୍ରତିଶ୍ରୁତିବଦ୍ଧ । ଏହି ପ୍ରତିଯୋଗୀତା ଭାରତବ୍ୟାପୀ ସମ୍ପନ୍ନ ହେବ । ଏହାର ଗ୍ରାଣ୍ଡ୍ ଫାଇନାଲ ନୂଆଦିଲ୍ଲୀରେ କରାଯିବ । ସମସ୍ତ ଆବେଦନପତ୍ର ଗ୍ରହଣର ଅନ୍ତିମ ତାରିଖ ୨୦୨୧ ଜାନୁୟାରୀ ୧୫ ରହିଛି । ୬୦ ସେକେଣ୍ଡର ଭିଡ଼ିଓ କିମ୍ବା ୧ ପୃଷ୍ଠା ମଧ୍ୟରେ ତଥ୍ୟ ଉପସ୍ଥାପନା କରି ଏହାକୁ   www.hsocialcreator.in ରେ ପଠାଯିବ ।

ଏହାର ଚୟନ ପ୍ରକି୍ରୟା ୫ଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ଆବେଦନ ପତ୍ରର ଆସେସମେଂଟ ଇନୋଭେଶନ୍, ସସ୍ଷ୍ଟେନବିଲିଟି, ସୋସିଆଲ୍ ଇମ୍ପାକ୍ଟ ଏବଂ ଫିଜିବିଲିଟି ଆଦି ମୁଖ୍ୟ ମାନକ ଅଧାରରେ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଫାଇନାଲିଷ୍ଟ୍ଙ୍କ ଶର୍ଟଲିଷ୍ଟିଙ୍ଗ୍ କରାଯିବ । ତୃତୀୟ ପର୍ଯ୍ୟାୟରେ ଏକ୍ସପର୍ଟଙ୍କ ଦ୍ୱାରା ଗ୍ରାଣ୍ଡ୍ ଫାଇନାଲ ପୂର୍ବରୁ ମେରର୍ଡ ହେବ । ଚତୁର୍ଥ ପର୍ଯ୍ୟାୟରେ ଫାଇନାଲିଷ୍ଟ୍ଙ୍କ ବିସ୍ତୃତ ଚିନ୍ତାଧାରା ଦାଖଲ କରାଯିବ । ପଂଚମ ପର୍ଯ୍ୟାୟରେ ଗ୍ରାଣ୍ଡ୍ ଫାଇନାଲରେ ବିଜେତାଙ୍କର ଘୋଷଣା ନୂଆଦିଲ୍ଲୀରେ କରାଯିବ । ଏଥିରେ ସି¶ାଥାଇଜ୍, ଡିଫାଇନ୍ ପ୍ରୋବ୍ଲେମ୍, ଆଇଡିଆଶନ୍, ପ୍ଲାନିଂ/ପ୍ରୋଟୋଟାଇପିଂ, ପାଇଲଟ୍/ଟେଷ୍ଟ୍ ଆଦି ପ୍ରଣାଳୀ ଗ୍ରହଣ କରାଯିବ ।

ଏଚ୍-ସୋସିଆଲ୍ କ୍ରିଏଟର-୨୦୧୯ରେ ଚେନ୍ନାଇର ଅଖିଳାନନ୍ଦେଶ୍ୱରୀ ମହିଳା ମହାବିଦ୍ୟାଳୟର ସୁଶ୍ରୀ ତାମିଲ ସେଲଭି ଏବଂ ସେଥୁ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ଶିବକୁମାର ଏନ୍ ବିଜେତା ହୋଇଥିଲେ । ସେମାନେ ଯଥାକ୍ରମେ ସେସନସର ଦ୍ୱାରା ହେଡ୍ ଲାଇଟ୍ ଇଂଟେନସିଟି କଂଟ୍ରୋଲ ଏବଂ ଡ୍ରମ୍ କମ୍ପୋଷ୍ଟିଙ୍ଗ୍ ସିଷ୍ଟମ୍ ଉପସ୍ଥାପନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ …

Leave a Reply

Your email address will not be published. Required fields are marked *