Tuesday , October 4 2022
Breaking News
Home / ବିଶେଷ / ସଡକ ଦୁର୍ଘଣାରେ ଜଣେ ମୃତ,ଟାୟାର ଜାଳି ୫ଘଂଟା ରାସ୍ତା ରୋକ,ଓଭର ବ୍ରିଜ ପାଇଁ ଦୁଇମାସ ସମୟ ନେଲା ପ୍ରଶାସନ

ସଡକ ଦୁର୍ଘଣାରେ ଜଣେ ମୃତ,ଟାୟାର ଜାଳି ୫ଘଂଟା ରାସ୍ତା ରୋକ,ଓଭର ବ୍ରିଜ ପାଇଁ ଦୁଇମାସ ସମୟ ନେଲା ପ୍ରଶାସନ

ନିରାକାରପୁର, ୨୯/୧୨/୨୦୨୦(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ୧୬ ନଂମ୍ବର ଜାତୀୟ ରାଜ ପଥ ଓସକେଇ ଖୋଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଣା ଘଟି ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଓସ୍ତପଡା ଗା୍ରମର ସୁଦର୍ଶନ ସାହୁ । ତେବେ କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ସୁଚନା ଯେ ମୃତକ ସୁଦର୍ଶନ ଲୁନା(ମୋଫେଡ)ଓଡି,୦୨-ଏଡି-୬୦୧୪ ନଂମ୍ବର ବିଶିଷ୍ଟ ଗାଡି ଯୋଗେ ରାଜ ପଥରୁ ଘରକୁ ଫେରୁଥିବା ବେଳେ ଔରଙ୍ଗାବାଦରୁ ଏକ ପରିବାର ଏମ୍-୨୦ଇକେ-୧୦୦୧କାରନେଇ ପୁରୀ ବୁଲିବା ପାଇଂ ଯାଉଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ସୁଦର୍ଶନ ଘଟଣା ସ୍ଥଳରେ ହିଁ ମୃତୁ୍ୟ ବରଣ କରିଥିଲେ । ଖବର ପାଇ ପରିବାର ଲୋକ ଓ ଗ୍ରାମ ବାସୀ ଘଟଣା ସ୍ଥଳରେ ପହଁଚି ଦୁଇ ଦଫା ଦାବି ନେଇ ସାଢେ ୧୧ଠାରୁ ଅପରାହ୍ନ ୩ଟା ୪୫ ପର୍ଯ୍ୟନ୍ତ ରାଜ ରାସ୍ତା ରେ ଟାୟାର ଜାଳି ଅବରୋଧ କାରି ରଖିଥିଲେ ,ଖବର ପାଇ ରଣପୁର ତହସିଲଦାର,ଚାନ୍ଦପୁର ଓ ରଣପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବିଝାସୁଜା କରିଥିଲେ ।ଏବଂ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ଦିଯାଇଥିବା ବେଳେ ସେଠାରେ ଜାତୀୟ ରାଜପଥ ଓଭର ବି୍ରଜ ପାଇଁ ହୋଇଥିବା ବେଳେ ଦୁଇମାସ ସମୟ ନେଲା ପ୍ରଶାସନ ଏହା ପରେ ରାସ୍ତା ରୋକ ହଟିଥିଲା । ତେବେ ପୋଲିସ ବାଇକ ଓ କାର ଟିକୁ ଯବତ କରିବା ସହ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠେଇଦେଇଥିଲା । ଏହି ରାସ୍ତା ଅବରୋଧ ଯୋଗୁ ଶହ ଶହ ଗାଡ଼ି ମଟର ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହି ବିଭିନ୍ନ ଅସୁବିଧାର ସ୍ମୁଖିନ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.