ଭୁବନେଶ୍ୱର, ୨୯/୧୨/୨୦୨୦(ଓଡ଼ିଶା ସମାଚାର)- କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରୁ ବାହାରକୁ ଆସି ବ୍ୟବସାୟକୁ ସ୍ଵାଭାବିକ କରିବାକୁ ହେଲେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାନଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଆୟୋଜିତ ‘ଭୋକାଲ ଫର ଲୋକାଲ’ ଶୀର୍ଷକ ୱେବିନାରରେ ବିଶିଷ୍ଟ ବ୍ୟକ୍ତି ମାନେ ଭାଗନେଇ କହିଛନ୍ତି।
କୋଭିଡ୍-୧୯ ପରବର୍ତ୍ତୀ ଅବସ୍ଥାରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମସ୍ୟା’ ଓ ପ୍ରତିକାର ଉପରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟଟେଣ୍ଟ ଏ. କେ. ସାବତ, ବିଶିଷ୍ଟ ଶିକ୍ଷାବିତ ସୁଜିତ କୁମାର ପୃଷେଠ୍, ଓଡିଶା ଲଘୁ ଉକ୍ଷକ୍ସକ୍ରଳଗ ସଂଘ ସଭାପତି ସ୍ମରଜିତ ମହାନ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂଘ ଉପସଭାପତି ନିମାଇଁ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଓଡିଶା ଲୋକାଲ ଆପ ଜରିଆରେ ସ୍ଥାନୀୟ ଅଞ୍ଚଳର ଖବର ପରିବେଷଣ କରିବା ଓ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବା ଏହି ଆପ୍ ର ଉଦ୍ଦେଶ୍ୟ ବୋଲି ବରିଷ୍ଠ ସାମ୍ବାଦିକ ଓ ଏହାର ପ୍ରତିଷ୍ଠାତା ଯତୀନ୍ଦ୍ର ଦାଶ କହିଥିଲେ।
ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଳ୍ପଦ୍ୟୋଗୀଙ୍କ ପାଇଁ ଲିଜ୍ ହୋଲଡକୁ ଫ୍ରି ହୋଲଡରେ ପରିବର୍ତ୍ତନ, ସାମାଜିକ ସୁରକ୍ଷା, ବ୍ୟାଙ୍କ ଲୋନ ଇତ୍ୟାଦି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରିଶେଷରେ ସ୍ନେହା ସନ୍ତୁକା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର