କଟକ ସଦର,୨୯ /୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ହଡ଼ପ ଓ ଚଞ୍ଛକତା କରୁଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ କଟକ ସଦର ଥାନାରେ ବିଜେପି ନେତା ଦିଲ୍ଲିପ ମଲିକ ଏତଲା ଦେଇଛନ୍ତି।
ପ୍ରକାଶ ଥାଉକି ନବୀନ ସରକାର କେନ୍ଦ୍ରିୟ ଯୋଜନା କୁ ହଡ଼ପ କରିବା ପାଇଁ ରୀତିମତ ଯୋଜନା ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କାଘର ଚଞ୍ଛକତା କରି ବିଜୁ ପଟ୍ଟନାୟକ ଙ୍କ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଷ୍ଟିକର ମାରୁଛି ରାଜ୍ୟ ସରକାରଙ୍କର । ଏଥିସହିତ ମୁଖ୍ୟ ମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ଉଲ୍ଲେଖ ନକରି ସବୁ ପକ୍କାଘର ତାଙ୍କ ରାଜ୍ୟ ସରକାର ଯୋଗାଇଛି ବୋଲି ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟ ବାସୀଙ୍କୁ ପ୍ରତାରିତ କରୁଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ୟ୍ୟ ସଂପୂର୍ଣ୍ଣ ବେଆଇନ,ଠକାମି, ପ୍ରବଞ୍ଚନା, ପ୍ରତାରଣା ଓ ୪୨୦ କାର୍ୟ୍ୟ। ଯାହାକି ଆଇପିସି ୪୨୦ ଧାରା ଅନୁଯାୟୀ ଠକେଇ ଓ ଦଣ୍ଡନୀୟ ଅପରାଧ।
ବିଜେପି ନେତା ଦିଲ୍ଲିପ ମଲିକ ଙ୍କ ସହ କଟକ ନଗର ଜିଲ୍ଲା ଉପସଭାପତି ସ୍ବାଧୀନ ଚେତା ମହାନ୍ତି, ମଣ୍ଡଳ ସଭାପତି ପ୍ରମୋଦ ଓଝା, ଆଲୋକ ମହାନ୍ତି,ଦିଗନ୍ତ ପଣ୍ଡା, ମାମିନା ମହାନ୍ତି,କିର୍ତ୍ତୀରଂଜନ ପଟ୍ଟନାୟକ, ରାକେଶ ସ୍ବାଇଁ, ଭବାନୀ ନାୟକ, ବିଚିତ୍ରାନନ୍ଦ ଦଳାଇ, ବାସୁଦେବ ପଣ୍ଡା, କାବେରୀ ବେହେରା, ଚନ୍ଦ୍ରଶେଖର ଦାସ,ସୁଭେନ୍ଦୁ ସ୍ଵାଇଁ ଓ ସମରେଶ ଭୂୟ୍ୟାଁ ପ୍ରମୁଖ ସଦର ଥାନାରେ ଏତଲା ଦେଇଥିଲେ। ଓଡ଼ିଶା ସମାଚାର