Sunday , October 17 2021
Breaking News
Home / ବିଶେଷ / ବନ୍ଦର ଅଧ୍ୟକ୍ଷ ଭାବେ ବିନିତ୍ କୁମାରଙ୍କ ଦାୟିତ୍ୱ ଗ୍ରହଣ

ବନ୍ଦର ଅଧ୍ୟକ୍ଷ ଭାବେ ବିନିତ୍ କୁମାରଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ ୨୯/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ନୂତନ ଅଧ୍ୟକ୍ଷ ଭାବେ ଶ୍ୟାମମ ପ୍ରସାଦ ମୁଖାର୍ଜୀ(କଲିକତା) ବନ୍ଦରର ଅଧ୍ୟକ୍ଷ ବିନିତ୍ କୁମାର ମଙ୍ଗଳବାର ଦିନ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବନ୍ଦରର ପଣ୍ୟ କାରବାର ସମୀକ୍ଷା କରିଥିଲେ ନୂତନ ଅଧ୍ୟକ୍ଷ । କାର୍ଯ୍ୟରେ ଯୋଗଦାନ ଅବସରରେ ପରମ୍ପରା ଅନୁଯାୟୀ ବନ୍ଦର ପ୍ରଶାସନ ଭବନ କାର୍ଯ୍ୟାଳୟ ପରିସରରେ ବନ୍ଦର ସିଆଇଏଫ୍ ପକ୍ଷରୁ ଅଧ୍ୟକ୍ଷ ବିନିତ୍ କୁମାରଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ସେ ବନ୍ଦର ପରିଦର୍ଶନ କରି ଡକ୍ ଅଂଚଳରେ ଅପରେସନ୍ ବୁଲି ଦେଖିଥିଲେ । ଏଠାରେ ସୁଚନା ଥାଉକି, ବନ୍ଦର ପୂର୍ବତନ ଅଧ୍ୟକ୍ଷ ରିେଙ୍କଶ ରାୟଙ୍କ କାର୍ଯ୍ୟକାଳ ଗତ ଡିସେମ୍ବର ୨୩ତାରିଖରେ ଶେଷ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *