Friday , October 29 2021
Home / ବିଶେଷ / ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

ଜଗତସିଂହପୁର, ୨୯/୧୨/୨୦୨୦(ଓଡ଼ିଶା ସମାଚାର)- ହାଜିସେଖ୍ ସମିର ଉଦ୍ଧିନ୍ ହାଇସ୍କୁଲ , କୃଷ୍ଣାନନ୍ଦପୁର ର ୧୯୯୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ତାଲବରେଇ ରେଶମା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼- ୧୯ ସମୟରେ ୧୯୯୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ର ମାନେ ଲୋକମାନଙ୍କୁ ବହୁ ପ୍ରକାର ସାହାଯ୍ୟ କରିଥିଲେ । କୋଭିଡ଼ ପରେ ମଧ୍ୟ ଅସୁବିଧାରେ ଥିବା ଗରୀବ ଲୋକମାନଙ୍କୁ ସାହାଯ୍ୟ କରାଯିବା ପାଇଁ ମଧ୍ୟ ଏହି ବ୍ୟାଚ୍ ର ଛାତ୍ରମାନେ ପ୍ରତିଶୃତି ବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ବନ୍ଧୁ ମିଳନରେ କୋଭିଡ଼ ନୀୟମ ଅନୁପାଳନ କରି ୧୫୨ ଜଣ ଛାତ୍ର ଛାତ୍ରୀ ସେମାନଙ୍କ ପରିବାର ସହ ଉପସ୍ଥିତ ହୋଇ ପ୍ରତିବର୍ଷ ଏଭଳି ବନ୍ଧୁ ମିଳନ କରାଯିବା ପାଇଁ ମତ ରଖିବା ସହିତ ଆଗକୁ ଆହୁରୀ ଅସୁବିଧାରେ ଥିବା ଗରୀବ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ । ଅକ୍ତର ହୋସେନ୍ ,ସେଖ ଇସମାଇଲ ଅଲୀ, ଅବ୍ଦୁଲ ନଜିମ ,ଇମତିଆଜ ହୋସେନ୍ ,ଜୋବର ଅଲୀ, ଜିଲାନୀ, ତୋସିଫ, ଖୁର୍ସିଦ ଆଲାମ , ରଶ୍ମୀ ,ସୁକାନ୍ତ , ଶାହାବୁଦ୍ଧିନ୍ ,ମନୁ , ଅସରାଫି, ଆଫରୋଜା, ଫାତମା ,ନଜମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ କେକ୍ କାଟି ଖୁସି ମନାଇ ନିଜ ଦିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *