Saturday , October 16 2021
Breaking News
Home / ବିଶେଷ / ନୂଆ ବର୍ଷରେ କୋଭିଡ୍ ନିୟମ ଉଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆ ବର୍ଷରେ କୋଭିଡ୍ ନିୟମ ଉଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପାରାଦୀପ ୨୯/୧୨/୨୦୨୦(ଓଡ଼ିଶା ସମାଚାର)- କରୋନା ସଂକ୍ରମଣ ବା କୋଭିଡ୍-୧୯ ମହାମାରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍, ସଟ୍ ଡାଉନ୍, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି, କିନ୍ତୁ ସାମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ବର୍ତମାନ ସୁଦ୍ଧା କୋଭିଡ୍ ନିୟମାବଳୀ ବଳବତର ରହିଛି । ତେବେ ଆଗାମୀ ନବବର୍ଷ ପରିପ୍ରେକ୍ଷୀରେ ପାରାଦୀପ ପୋଲିସ୍ ପକ୍ଷରୁ ବିଭିନ୍ନ ସମୟରେ ମୋଟର ଯାନ ଯାଂଚ ସହିତ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସାମୁହିକ ଭାବେ ଭୋଜି, ଜିରୋ ନାଇଟ୍ କାର୍ଯ୍ୟକ୍ରମ, ସଭାସମିତି, ନୃତ୍ୟଗୀତ ଭଳି ଗହଳୀକୁ ବାରଣ କରାଯାଇଛି । ଯେଉଁମାନେ ଏହି ନିୟମକୁ ଉଲଂଘନ କରିବେ ସେମାନଙ୍କ ଉପରେ କୋଭିଡ୍ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ସମୟରେ ପୋଲିସ୍ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ ଏବଂ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ସୁଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *