Friday , October 22 2021
Home / ବିଶେଷ / ଦୁଇ ଝିଅଙ୍କୁ ନେଇ ବାପ ଘରେ କବିତା – ଆବାସ ଯୋଜନା କାହା ପାଇଁ  ?  

ଦୁଇ ଝିଅଙ୍କୁ ନେଇ ବାପ ଘରେ କବିତା – ଆବାସ ଯୋଜନା କାହା ପାଇଁ  ?  

ଗରଦପୁର ୨୯/୧୨/୨୦୨୦(ଓଡ଼ିଶା ସମାଚାର)-  ସରକାର ଗରୀବଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହରିଶ୍ଚନ୍ଦ୍ର ଯୋଜନା ଠାରୁ ମମତା , ଜମି ପଟ୍ଟା, ପାଇଖାନା ଓ ବିଜୁ ପକା ଘର , ମୋ କୁଡ଼ିଆ , ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଦିରେ ଗରୀବଙ୍କୁ ପ୍ରତିବର୍ଷ ଘର ଯୋଗାଇ ଦିଆଯାଉଛି । ହେଲେ ଏହି ଆବାସ ଯୋଜନା  ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚୁଛି କି ନାହିଁ ତାହା କବିତା ଘଟଣାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଅନେକ ଗରୀବ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡ଼ୁଥିବାବେଳେ ସେଥିରୁ ଗୋଟିଏ ଉଦାହରଣ ଭାବରେ କବିତା ଘଟଣାକୁ  ଗ୍ରହଣ କରାଯାଇ ପାରେ । ଗରଦପୁର ବ୍ଲକ୍ ଅନ୍ତର୍ଗତ ରସିଲାବାଦ (ଜିରାଳ) ଗ୍ରାମର କବିତା ମୁଦୁଲି । କବିତାଙ୍କ ସ୍ୱାମୀ ସୁଶାନ୍ତ ଜଣେ ଦିନ ମଜୁରୀଆ । କବିତା ଙ୍କର ଦୁଇ ବଢ଼ିଲା ଝିଅ ।  କବିତାଙ୍କ ଚାଳ ଛପର ଘର ୧୯୯୯ ମସିହା ମହାବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି । ଏକ କୁଡ଼ିଆ ଘର କରି କବିତା ସେଠାରେ ପରିବାର ସହ ସେଠାରେ ରହୁଥିଲେ । ସରକାରଙ୍କ ତରଫରୁ ଘର ଯୋଗାଇ ଦେବା ପାଇଁ ବ୍ଲକ୍ ପ୍ରଶାସନ ବହୁଥର ଇନକ୍ୱାରୀ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କବିତାଙ୍କୁ ଆବାସ ଖଣ୍ଡେ ମିଳିପାରିନାହିଁ । କର୍ମଚାରୀ ଓ କୁଜି ନେତାଙ୍କୁ ଲାଂଚ ଦେବାକୁ ପାଖରେ ପଇସା ନଥିବାରୁ କବିତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଖଣ୍ଡେ ମିଳିପାରିନାହିଁ ବୋଲି ଅଭିଯୋଗ ହୋଇଛି । ପ୍ରତିଥର ଇନକ୍ୱାରୀ ରେ ଯୋଗ୍ୟ ତାଲିକାରେ ତାଙ୍କ ନାଁ ରହୁଥିବାବେଳେ  ପରବର୍ତି ସମୟରେ ଲାଂଚୁଆ ଅଧିକାରୀମାନେ ତାଙ୍କ ନାମକୁ ତାଲିକାରୁ ପଛକୁ ହଟାଇ ଦେଉଥିବା ଚର୍ଚ୍ଚା ହେଉଛି । ଗତ ଫାଇଲିନ୍ ବାତ୍ୟାରେ କବିତାଙ୍କ କୁଡ଼ିଆ ଘର ମଧ୍ୟ ଭାଙ୍ଗିରୁଜି ଯିବାରୁ ସେ ଅନନ୍ୟୋପାୟ ହୋଇ ତାଙ୍କ ଦୁଇ ବଢ଼ିଲା ଝିଅଙ୍କୁ ସାଙ୍ଗରେ ନେଇ ଏହି ବ୍ଲକ୍ ଅନ୍ତର୍ଗତ ନିଜ ବାପ ଘର ନଡ଼ିଆବରାଇ ଗ୍ରାମରେ ରହୁଛନ୍ତି । ସ୍ୱାମୀ ସୁଶାନ୍ତ ଦାଦନ ଖଟିବାକୁ ବାହାରକୁ ଚାଲିଯାଇଛନ୍ତି । ତାଙ୍କର ରାସନ କାର୍ଡ଼ , ଆଧାର କାର୍ଡ଼ ଓ ଏସଇସିସି ତାଲିକାରେ ନାମ ରହିଛି । ଏପରିକି ତାଙ୍କୁ ଘର ଦିଆଯିବା  ପାଇଁ ଦୁଇ ମାସ ତଳେ ପ୍ରଶାସନ ତରଫରୁ ଇନକ୍ୱାରୀ କରାଯାଇ ଫଟୋ ଉଠାଯାଇଥିଲା । ଏବେ କିନ୍ତୁ ପଚାରିଲେ ତାଙ୍କ ନାଁ ତାଲିକାରେ ନଥିବା ସମ୍ପୃକ୍ତ ଅଧିକାରୀ କହୁଥିବା କବିତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଦୁଇ ସପ୍ତାହ ହେଲା କବିତା ବିଡ଼ିଓ ରଂଜିତ କୁମାର ମଲିକଙ୍କ ନିକଟରେ ଲିଖିତ ଅଭିଯୋଗ କରି ସେ ଅତ୍ୟନ୍ତ ଗରୀବ ହୋଇ ଥିବାରୁ ତାଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *