Tuesday , December 7 2021
Breaking News
Home / ବିଶେଷ / ଚୋରା ମଦ ଜବତ,ଜଣେ ଗିରଫ 

ଚୋରା ମଦ ଜବତ,ଜଣେ ଗିରଫ 

ଗରଦପୁର,୨୯/୧୨/୨୦୨୦(ଓଡ଼ିଶା ସମାଚାର)- ପାଟକୁରା ପୁଲିସ ଗତକାଲି ରାତ୍ରୀରେ ଚୋରାରେ ବିକ୍ରୀ କରାଯାଉଥିବା ମଦ କୁ ଜବତ କରିବା ସହିତ ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀକୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ଚୋରାରେ ମଦ ବିକ୍ରୟ କରାଯାଉଥିବାର ଖବର ପାଇ ପାଟକୁରା ପୁଲିସ ସବ୍-ଇନିସପେକ୍ଟର ଜ୍ୟୋତି ରଞ୍ଜନ ମହାନ୍ତି ସଦଳବଳେ ପରକଣା ଗ୍ରାମକୁ ଯାଇଥିଲେ । ଗାଁର ଏକ ପରିତ୍ୟକ୍ତ ବାଉଁଶଗଛ ବୁଦା ମୂଳରେ ଚୋରାରେ ମଦ ବିକ୍ରୟ କରାଯାଉଥିବା ଜାଣି ସୋଂରେ  ଚଢାଉ କରିଥିଲେ । ଏହି ଚଢାଉ ସମୟରେ ୧୮ ବୋତଲ ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ଚୋରା ବ୍ୟବସାୟୀ ସନାତନ ବେହେରାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ମାତ୍ର ଥାନାରେ ଅଭିଯୁକ୍ତ ସନାତନକୁ ଜାମିନ ରେ ଛାଡିଦିଆଯାଇଥିବା ପୁଲିସ ସବ୍-ଇନିସ୍ପେକ୍ଟର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ,ଗତ କିଛି ଦିନ ହେଲା ପାଟକୁରା ଅଂଚଳରେ ବ୍ୟାପକ ଚୋରାମଦ କାରବାର କରାଯାଉଥିବାନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା ।  ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *