Thursday , October 6 2022
Breaking News
Home / କୃଷି / ଗରଦପୁର ଧାନ ମଣ୍ଡି ଉଦଘାଟିତ 

ଗରଦପୁର ଧାନ ମଣ୍ଡି ଉଦଘାଟିତ 

ଗରଦପୁର,୨୯/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ଠାରେଧାନ ମଣ୍ଡି ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ଗରଦପୁର  ଗୋବରା ଛକ ସ୍ଥିତ  ଗରଦପୁର ସେବା ସମବାୟ ସମିତିରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଧରଣୀଧର ବେହେରା , ବିଶିଷ୍ଟ ଅତିଥି ଭାବେ ବିଡ଼ିଓ ରଂଜିତ କୁମାର ମଲିକ୍  ଓ ସମ୍ମାନୀତ ଅତିଥି ଭାବେ ପାଟକୁରା ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ସୁଶୋଭନ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ । ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯାଇ ସମିତିରେ ପଂଜିକୃତ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ଅତିଥି ମାନେ ସୂଚନା ଦେଇଥିଲେ । ଏହି ଅବସରରେ  ସମବାୟ ସମିତିର ସମ୍ପାଦକ  ଜ୍ୟୋତିରଂଜନ ପଣ୍ଡା , ରଂଜିତ ପଣ୍ଡା, ପ୍ରତିନିଧି ମଲିକ ,ଶୈଳେନ୍ଦ୍ର ମହାନ୍ତି,ନରୋତମ ପରିଡ଼ା,ସମିର କୁମାର ପାଣି ,  ଦିଲିପ କୁମାର ସାହୁ,ପ୍ରଭାତ ରଂଜନ ମଲ  ପ୍ରମୁଖ ସମିତି ସଦସ୍ୟମାନେ  ଉପସ୍ଥିତ ଥିଲେ । ପଂଜିକୃତ ଚାଷୀମାନଙ୍କ  ଠାରୁ ଆଜି ୧୦୦ କୁଇଂଟାଲ ଧାନ କ୍ରୟ କରାଯାଇ ଶୁଭାରମ୍ଭ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.