Tuesday , October 26 2021
Breaking News
Home / ବିଶେଷ / ଓଡ଼ିଶ ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ସୁବର୍ଣ୍ଣ ଜୟନ୍ତୀ ପାଳନ ଅନାବଶ୍ୟକ

ଓଡ଼ିଶ ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ସୁବର୍ଣ୍ଣ ଜୟନ୍ତୀ ପାଳନ ଅନାବଶ୍ୟକ

ଭୁବନେଶ୍ୱର, ୨୯/୧୨/୨୦୨୦ (ଓଡ଼ିଶା ସମାଚାର)- ୧୯୬୬ ମସିହାରେ ପ୍ରତିଷ୍ଠା ହୋଇଥିବା ‘ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି” ଅବଧି ୫୪ ବର୍ଷରେ ପଦାର୍ପଣ କରିଛି । ସମନ୍ୱୟ ସମିତି ପ୍ରତିଷ୍ଠା ହେବା ଦିନଠାରୁ ‘ପ୍ରତିଷ୍ଠା ଦିବସ’ କିମ୍ବା ୨୫ ବର୍ଷ ପୂର୍ତି ରୌପ୍ୟ ଜୟନ୍ତୀ ପାଳିତ ହୋଇନାହିଁ । ସମିତିର ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତି ଦୁଇ ବର୍ଷରେ ରାଜ୍ୟ ସମ୍ମିଳନୀ ଓ ସ୍ୱତନ୍ତ୍ର ସଭା ଆୟୋଜନ କରି କର୍ମଚାରୀଙ୍କ ସମସ୍ୟା ଓ ଦାବି ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଆଲୋଚନା ଜରିଆରେ ସମାଧାନ କରିଥାଏ । ଆବଶ୍ୟକସ୍ଥଳେ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ପରାମର୍ଶ କରି ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରାଯାଇଥାଏ ।
ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିିର କାର୍ଯ୍ୟକର୍ତା ଓ ସରକାରୀ କର୍ମଚାରୀମାନେ ମହାମାରୀର ନୀତି ନିୟମ ପାଳନ କରି ଆସୁଥିବାରୁ କୌଣସି ସଭାର ଆୟୋଜନ କରିବା ପାଇଁ ସଂପ୍ରତି ଚିନ୍ତା କରାଯାଇନାହିଁ । ‘ସୁବର୍ଣ୍ଣ ଜୟନ୍ତୀ’ର ସମୟକାଳ ଇତିମଧ୍ୟରେ ୪ ବର୍ଷ ଅତିବାହିତ ହୋଇଥିବାରୁ ‘ଜୟନ୍ତୀ’ ପାଳନ କରିବା ଯଥାର୍ଥତା ମନେ ହୁଏନାହିଁ । ସୁତରାଂ, ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ପ୍ରତିଷ୍ଠାତା ସାଧାରଣ ସମ୍ପାଦକଙ୍କ ଜୀବିତ ଅବସ୍ଥାରେ ତାଙ୍କ ସହିତ ଏ ବିଷୟରେ କୌଣସି ଆଲୋଚନା ନ କରି ବହୁ ବିଳମ୍ବରେ ସମନ୍ୱୟ ସମିତିରେ ସଭ୍ୟ ହେବା ତଥା କିଛି ବର୍ଷ ସାଧାରଣ ସମ୍ପାଦକ ଥିବା ଜଣେ ଅବସରପ୍ରାପ୍ତ କର୍ମକର୍ତା ସମୟକାଳ ଅତିବାହିତ ହୋଇଥିବା ସତ୍ୱେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଖବରକାଗଜ ବିବୃତି ମାଧ୍ୟମରେ ଆହ୍ୱାନ ଦେବା ସମୀଚିନ ନୁହେଁ । ‘ଜୟନ୍ତୀ’ ପାଳନର ସମୟକାଳ ଅତିବାହିତ ହୋଇଥିବାରୁ ପାଳନ କରିବା ଯଥାର୍ଥ ନୁହେଁ ।
ଉଲ୍ଲେଖଯୋଗ୍ୟ ଯେ, ୧୯୬୬ ମସିହାରେ ଗଠିତ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିକୁ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ୧୯୭୨ ମସିହା ଚିଠି ସଂଖ୍ୟା ୯୭୬୨ ତାରିଖ – ୧୫.୦୩.୭୨ରେ ସ୍ୱୀକୃତୀ ଦେଇଥିଲେ । ସ୍ୱୀକୃତୀ ଦିବସକୁ ‘ଜୟନ୍ତୀ ଦିବସ’ ଉପରେ ଗଣନା କରି ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବା ସାଙ୍ଗଠନିକ ବିଧି ବ୍ୟବସ୍ଥା ଓ ଜନ୍ମ ଦିବସ / ପ୍ରତିଷ୍ଠା ଦିବସ ପ୍ରତି କୁଠାରଘାତ ମନେହୁଏ । ବିଶେଷତଃ ବର୍ତମାନ କାର୍ଯ୍ୟରତ ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ଓ ଏହା ସହିତ ସହବନ୍ଧିତ ବିଭିନ୍ନ ସଂଗଠନମାନଙ୍କର କର୍ମକର୍ତାମାନେ ଏ ବିଷୟରେ ନିଷ୍ପତି ନେବା ଉଚିତ୍ ବୋଲି କାର୍ଯ୍ୟକର୍ତାମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *