ନିରାକାରପୁର, ୨୯/୧୨/୨୦୨୦(ଓଡ଼ିଶା ସମାଚାର)- ଆଜି କଂପୁର ପଂଚାୟତ ଅଧୀନସ୍ଥ ଚମ୍ପାଝର ଗ୍ରାମର ରାଧାକୃଷ୍ଣ ମଠ ପରିସରରେ ଓଡ଼ିଶା ପରିବେଶ ସମିତି ତରଫରୁ ଆମ୍ବ,ନିମ୍ବ,ବିଜୁଳି ତଥା ସପେଟା ଆଦି ବିଭିନ୍ନ ଫଳ ଚାରାରୋପଣ କରାଯାଇଛି । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଓଡ଼ିଶା ପରିବେଶ ସମିତି ସ୍ୱଛ ଓ ସବୁଜ ଅଭିଯାନର ସଂଯୋଜକ ବୃନ୍ଦ ତଥା ପରିବେଶବିତ ଡ଼. ପ୍ରଦୀପ ରଥ ,ରଘୁନାଥ ପୃଷ୍ଟି, ମନୋରଞ୍ଜନ ମିଶ୍ର, ରାଉରକେଲା ଇସ୍ପାତ କାରଖାନର ପୂର୍ବତନ ମହାପ୍ରବନ୍ଧକ ଶ୍ରୀ ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ କଂପୁର ପଂଚାୟତର ଯୁବ ସରପଂଚ ଶ୍ରୀ ସୁକାନ୍ତ କୁମାର ସେଠୀ, ମଳିପଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ଼. ଗୈାରହରୀ ମିଶ୍ର ଓ ରାଧାକୃଷ୍ଣ ମଠର ସ୍ୱାମୀଜୀ ସାଗର ମହାରାଜ ତଥା କିଛି ଅଂଚଳବାସୀ ଭାଗନେଇ ଫଳଚାରା ରୋପଣ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ କି ଓଡ଼ିଶା ପରିବେଶ ସମିତି ତରଫରୁ ଝମ୍ପାଝର ଗ୍ରାମଟିକୁ ପୋଷ୍ୟଗ୍ରାମଭାବରେ ଗ୍ରହଣ କରାଯାଇଛି ଓ ଏହାର ପରିବେଶ ସମ୍ବନ୍ଧିତ ସର୍ବାଙ୍ଗୀନ ଉନ୍ନତି ଗ୍ରାମବାସୀଙ୍କ ସହଯୋଗରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସମାଚାର