ନିରାକାରପୁର, ୨୮/୧୨/୨୦୨୦(ଓଡ଼ିଶା ସମାଚାର)- ସ୍ଥାନୀୟ ଭଗବତଦେବ ବିଦ୍ୟାପୀଠ ଜଙ୍କିଆର ୧୯୯୯ମସିହା ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ରାମେଶ୍ୱର ବ୍ୟାରେଜ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଜଙ୍କିଆ ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ସମସ୍ଥ ଛାତ୍ରୀ ଛାତ୍ରୀ ଏକାଠି ହୋଇଥିଲେ । ଛାତ୍ରଛାତ୍ରୀ ମାନେ ପୁରୁଣା ସ୍ମୃତିକୁ ମନେପକାଇବା ସହ ଦୀର୍ଘ ବର୍ଷପରେ ଏକତ୍ରିତ ହୋଇ ଥିବାରୁ ଭାବର ଆଦାନ ପ୍ରଦାନ କରିଥିଲେ । ଦୁଇ ଜଣ ଛାତ୍ର ବନ୍ଧୁ ଆରପାରକୁ ଚାଲିଯାଇଥିବାରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇମିନିଟି ନିରବ ପାର୍ଥନା କରାଯାଇଥିଲା । ପ୍ରଭାତ ପାତାଳାସିଂହ, କିଶ୍ୱର ମାର୍ଥା, ଦିଲ୍ଲୀପ ଉଦୟସିଂହ, ରଞ୍ଜନ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମାନସ ପଣ୍ଡା ସମସ୍ତ ବନ୍ଧୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସମସ୍ତେ ବଣ ଭୋଜିର ମଜାନେବା ସହ ରାମେଶ୍ୱର ବ୍ୟାରେଜ ବୁଲି ଦେଖିଥିଲେ । ଓଡ଼ିଶା ସମାଚାର