ନିରାକାରପୁର, ୨୮/୧୨/୨୦୨୦(ଓଡ଼ିଶା ସମାଚାର)- ସ୍ଥାନୀୟ ଓଳସିଂହ ଗ୍ରାମପଂଚାୟତ ହାଇସ୍କୁଲ ପଡିଆରେ ମା ସିଦ୍ଧେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୨୦ ତାରିଖରୁ ଚାଲିଥିବା ନିୟୁ ଚ୍ୟାଲେଞ୍ଜ କ୍ରିକେଟ ମ୍ୟାଚ ରବିବାର ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଖୋର୍ଦ୍ଧା କ୍ଲବ ଚମ୍ପିଆ ହୋଇଛି । ଫାଇନାଲଲ ମ୍ୟାଚ ବଘେଇ କ୍ରିକେଟ କ୍ଲବ ଜଙ୍କିଆ ବନାମ ଖୋର୍ଦ୍ଧା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ବଘେଇ କ୍ରିକେଟ କ୍ଲବ ଜଙ୍କିଆ ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗି କରିବାର ନିପ୍ପତି ନେଇ ସମସ୍ତ ଉଇକେଟ ବିନିମୟରେ ୬୦ରନ ସଂଗ୍ରହ କରି ଅଲଆଉଟୁ ହୋଇଯାଇଥିଲା । ଜବାବରେ ଖୋର୍ଦ୍ଧା କ୍ଲବ ନିର୍ଦ୍ଧାରିତ ଓଭର ମଧ୍ୟରେ ଆବଶ୍ୟକ ରନ୍ ସଂଗ୍ରହ କରି ଚଳିତ ବର୍ଷ ପାଇଁ ଚମ୍ପିଆନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡଇତରାୟ ଯୋଗଦେଇ ଚମ୍ପିଆନ ରନର୍ସ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବରାଜ ବରିଶଲ, ଖୋର୍ଦ୍ଧାଜିଲ୍ଲା ଯୁବମୋର୍ଚ୍ଛା ସଭାପତି ଅଶିଷ ବରିଶଲ, ସାଂସଦଙ୍କ ପ୍ରତିନିଧି ପ୍ରଦୁ୍ୟଷ ହରିଚନ୍ଦନ,ରମେଶ ବେହାର ପ୍ରମୁଖ ଯୋଗଦେଇଥିଲେ । ଖେଳକୁ ସଦାନନ୍ଦ ପାଇକେରାୟ, ଭଗବାନ ପରିଡା, ଶ୍ରୀକୃଷ୍ଣ ପାଇକେରାୟ,ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର