Tuesday , October 26 2021
Breaking News
Home / ବିଶେଷ / ଭୂଲ୍ ଇେଞ୍ଜକସନ୍  ଦିଆଯିବାରୁ  ଚାଲିଗଲା ଯୁବକର ଜୀବନ

ଭୂଲ୍ ଇେଞ୍ଜକସନ୍  ଦିଆଯିବାରୁ  ଚାଲିଗଲା ଯୁବକର ଜୀବନ

ପାରାଦୀପ ୨୮/୧୨/୨୦୨୦(ଓଡ଼ିଶା ସମାଚାର)-  ଭୂଲ୍ ଇେଞ୍ଜକସନ୍ ଦିଆଯିବାରୁ ଜଣେ ଯୁବକର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ପାରାଦୀପଗଡ ଅଂଚଳର ରବିନ୍ଦ୍ର ସାହୁ । ରବିନ୍ଦ୍ରଙ୍କ ପତ୍ନୀ ରିନା ସାହୁ ଗଣମାଧ୍ୟମରେ କରିଥିବା ଅଭିଯୋଗ ଅନୁଯାୟୀ ଗତ କିଛି ଦିନ ତଳେ ରବିନ୍ଦ୍ରଙ୍କର ଶରୀର ଅସୁସ୍ଥ ହୋଇଥିଲା । ଗତ କାଲି ରବିନ୍ଦ୍ରଙ୍କୁ ଗଡ ବଜାରରେ ଥିବା ର୍କିଷ୍ଣା ନାମକ ମେଡିସିନ୍ ଷ୍ଟୋରକୁ ସେ ନେଇଥିଲେ । ଉକ୍ତ ମେଡିସିନ୍ ଷ୍ଟୋରରେ ରବିନ୍ଦ୍ରଙ୍କୁ ଇେଞ୍ଜକସନ୍ ଦିଆଯାଇଥିଲା । ଇେଞ୍ଜକସନ୍ ନେବାର କିଛି ସମୟ ପରେ ରବିନ୍ଦ୍ର ଗୁରୁତର ହୋଇ ଯାଇଥିଲେ । ପରେ ତାଙ୍କୁ ଅଠରବାଙ୍କୀ ମେଡିକାଲକୁ ନିଆ ଯାଇଥିଲେ ହେଁ ଡାକ୍ତର ସେଠାରେ ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରିନା ପାରାଦୀପ ଲକ୍ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ଭୂଲ୍ ଇେଞ୍ଜକସନ୍ ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ରିନା ପୋଲିସ ଆଗରେ କହିଛନ୍ତି । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ରବିନ୍ଦ୍ରଙ୍କୁ କିଏ ଓ କାହିଁକି ଇେଞ୍ଜକସନ୍ ଦେଲା, ପୋଲିସ ତାର ଖୋଳତାଡ ଆରମ୍ଭ କରିଥିବା ଜଣାପଡିଛି ।  ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *