Tuesday , October 19 2021
Breaking News
Home / ବିଶେଷ / ଭୁବନ-ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି

ଭୁବନ-ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି

ଭୁବନ ୨୮/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନରୁ କପିଳାସ ଦେଇ ଜିଲ୍ଲା ହେଡକ୍ୱାଟର ଢେଙ୍କାନାଳକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି । ବେଆଇନ ହମ୍ପ୍ସ ଯୋଗୁଁ ବାଇକ ଆରୋହୀ, କାର, ବସ ଚାଳକ ଙ୍କ ସମେତ ଜନସାଧାରଣ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଭୁବନରୁ ଢେଙ୍କାନାଳ ସମୁଦାୟ ୪୫ କିମ ରାସ୍ତାରେ ହାରାହାରି ୯୦ ଟି ବେଆଇନ ହମ୍ପ୍ସ ନିର୍ମାଣ ହୋଇଛି । ବିଶେଷ କରି ମନ୍ଦାର ,ଷଡଙ୍ଗୀ, ଗଁନ୍ଦିଆ, କାଇମାଟି ରେ ଅତ୍ୟଧିକ ବେଆଇନ ହମ୍ପ୍ସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାକଡ ଦୋକାନୀ ଓ ଘର ମାଲିକ ରାତାରାତି ନିଜ ଦୋକାନ/ଘର ସାମନାରେ ଆଣ୍ଠୁଏ ଉଚ୍ଚାର ହମ୍ପ୍ସ ତିଆରି କରିଦେଉଛନ୍ତି । ଫଳରେ ପଥଚାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହମ୍ପ୍ସ ଗୁଡିକରେ କୌଣସି ସତର୍କ ସୂଚନା ଦିଆଯାଉନଥିବାରୁ ଲୋକମାନେ ଦୁର୍ଘଟଣାର ଶୀକାର ମଧ୍ୟ ହେଉଛନ୍ତି । ଗତ ମାସକ ପୂର୍ବେ ମହାମହିମ ରାଜ୍ୟପାଳ ବିଶ୍ୱପ୍ରସିଦ୍ଧ ମହିମାଗାଦି ଯୋରନ୍ଦା କୁ ଆସିଥିବା ବେଳେ ଢେଙ୍କାନାଳରୁ ଯୋରନ୍ଦା ପର୍ଯ୍ୟନ୍ତ ରାତାରାତି ସମସ୍ତ ହମ୍ପସକୁ ଉଠାଇ ଦିଆଯାଇଥିଲା । ବର୍ତମାନ ପୁଣି ବେଆଇନ ହମ୍ପ୍ସ ନିର୍ମାଣ ହୋଇଛି,ଏଥିଯୋଗୁଁ ଜନଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ ଅଧିକାରୀ ଏଥିପ୍ରତି ନଜର ଦେଉନଥିବାରୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ବେଆଇନ ହମ୍ପ୍ସ ଉଚ୍ଛେଦର ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *