ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)- ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ, ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ । ରାଜ୍ୟରେ ବିଭିନ୍ନ ତଦନ୍ତରେ ଶିଥିଲତା ନେଇ କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ କରାଯାଇଥିଲା । ଏହି ଆନ୍ଦୋଳନରେ କଂଗ୍ରେସ ର ବରିଷ୍ଠ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର ସିବିଆଇ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣାସ୍ଥଳରେ ଭାଷଣ ଦେଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୁବ କରି ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ସେଠାରୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ମେଡିକାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଓଡ଼ିଶା ସମାଚାର