ନିଶ୍ଚିନ୍ତକୋଇଲି,୨୮ /୧୨ /୨୦୨୦(ଓଡିଶା ସମାଚାର/ଅଭୟ ଜେନା): ପୂରଣ ହେବ ବହୁ ଦିନର ସ୍ବପ୍ନ । ବହୁ ପ୍ରତିକ୍ଷିତ ସର୍ବ ପୁରାତନ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ ହେବ ଆଦର୍ଶ ହାଟ । ପ୍ରାୟ ଏକ କୋଟି ରୁ ଉର୍ଦ୍ଧ ଟଙ୍କାର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେଇ ଶିଳାନ୍ୟାସ କରିଥିଲେ ।ସରପଞ୍ଚ ରବୀନ୍ଦ୍ର ସେଠୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସବିତା ଓଝା,ଜିଲ୍ଲା ପରିଷଦ ସଦସ୍ୟା ସବିତା ସାମଲ, ବ୍ଲକ୍ ଉପାଧ୍ୟକ୍ଷ ସବିତା ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା, ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ସମେତ ଉତ୍ସବ ରେ ବ୍ଲକ୍ ସ୍ତରୀୟ ନେତୃମଣ୍ଡଳୀ , ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ଯୋଗ ଦେଇଥିଲେ ।ଏହି ଅବସରରେ ଶତାଧିକ ଚାଷୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ ବ୍ଲକ୍ ଛକ ଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ମନ୍ତ୍ରୀଙ୍କୁ ନିଶ୍ଚିନ୍ତକୋଇଲି ବଜାର ଦେଇ ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ଅଣାଯାଇଥିଲା । ଓଡିଶା ସମାଚାର
