Saturday , December 10 2022
Home / ତାଜା ଖବର / ଜଂକିଆ ପୋଲିସ ଦ୍ଵାରା ୩୩୦ ଗ୍ରାମ ବ୍ରାଉନ ସୁଗାର ଓ ୮୦ ଗ୍ରାମ ସୁନା ଜବତ

ଜଂକିଆ ପୋଲିସ ଦ୍ଵାରା ୩୩୦ ଗ୍ରାମ ବ୍ରାଉନ ସୁଗାର ଓ ୮୦ ଗ୍ରାମ ସୁନା ଜବତ

ନିରାକାରପୁର, ୨୮/୧୨/୨୦୨୦(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୋଲିସ ଆଜି ରାତି ସାଢ଼େ ଆଠଟା ରେ ଜଣକୁ ଗିରଫ କରିଥିବ। ପୋଲିସ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ରାତି ସାଢ଼େ ଆଠଟା ରେ ଜଂକିଆ ପୋଲିସ ଆଇଆଇସି ସତ୍ୟବ୍ରତ ଲେଙ୍କା କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଜଂକିଆ ଥାନା ଅନ୍ତର୍ଗତ ଓରବରସିହ ଗ୍ରାମର ଅଶୋକ ବଳିଆରସିଂହଙ୍କ ପୁତ୍ର ଅକ୍ଷୟ ବଳିଆରସିଂଙ୍କଠାରୁ ୩୩୦ ଗ୍ରାମ ସୁଗାର ଓ ୮୦ ଗ୍ରାମ ସୁନା ଜବତ କରିଛନ୍ତି। ପୋଲିସ ଅକ୍ଷୟ କୁ ଅଟକ ରଖି ପଚରାଉଚରା କରିବା ସହ କେଶ ନ ୨୬୬/୨୦ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇ ଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.