Friday , January 28 2022
Breaking News
Home / ବିଶେଷ / କ୍ୟାବିନେଟ୍ ବୈଠକ ଆଜି

କ୍ୟାବିନେଟ୍ ବୈଠକ ଆଜି

ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)- ଆଜି ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ସନ୍ଧ୍ୟା ସାଢ଼େ ୫ଟା ରେ ଅନୁଷ୍ଠିତ ହେବ। ଭୁବନେଶ୍ବରରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବସିବେ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ ସିଂ ମାଧ୍ୟମରେ ବୈଠକରେ ସାମିଲ ହେବେ। ଉକ୍ତ କ୍ୟାବିନେଟରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି। ଏହି ବୈଠକ ଚଳିତ ୨୦୨୦ ବର୍ଷର ଶେଷ ବୈଠକ ହୋଇପାରେ । ଓଡ଼ିଶା ସମାଚାର

About admin

Check Also

ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ ଉତ୍ସବରେ ମା’ମାନେ ଜଳାଭିଷେକ କଲେ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ …

Leave a Reply

Your email address will not be published. Required fields are marked *