ମାହାଙ୍ଗା,୨୮ /୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆସ୍ୱସ୍ଥି ଫାଉଣ୍ଡେସନ ପକ୍ଷରୁ ମାହାଙ୍ଗା ଥାନା ପ୍ରାଙ୍ଗଣରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ଏବଂ ସାମ୍ବାଦିକ ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଯୋଗଦେଇ କରୋନା ବିରୁଦ୍ଧରେ ସଚେତନତା ଓ ସେବା ମନୋଭାବ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ମାହାଙ୍ଗା ଅଂଚଳରେ ପୋଲିସ ଓ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ମହାମାରୀ ବିରୁଦ୍ଧରେ ଲଢ଼ିବା ସହିତ ବ୍ୟାପକ ଜନସଚେତନତା ସୃଷ୍ଟି କରିଥିବାରୁ ଆସ୍ୱସ୍ଥି ଫାଉଣ୍ଡେସନ ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ତତ୍ୱାବଧାନରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଦେଖିବାକୁ ମିଳିଥିଲା l
ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ ଓ ସାମ୍ବାଦିକ ବିବେକାନନ୍ଦ ଦାସ ଯୋଗଦେଇଥିଲେ l
ଉତ୍ସବରେ ଅନୁଷ୍ଠାନର ସଭାପତି ସୁଦର୍ଶନ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କରୋନା ଯୋଦ୍ଧା ଭାବେ ଆଇଆଇସି ରଞ୍ଜନ କୁମାର ପ୍ରଧାନ, ମହିଳା ଏସଆଇ ଚିନ୍ମୟୀ କର, ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ, ଜୟୀପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି,ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ,ସାମ୍ବାଦିକ ଦୀପକ କୁମାର ସାହୁ,ସାମ୍ବାଦିକ ବିଜୟ କୁମାର ଜେନା, ସାମ୍ବାଦିକ ଯଯାତି ସିଂ, ସାମ୍ବାଦିକ ଧନେଶ୍ୱର ସେଠୀ,ସାମ୍ବାଦିକ ଶିବାନୀ ସାହୁ, ସାମ୍ବାଦିକ ସତ୍ୟବ୍ରତ ବାରିକ, ସାମ୍ବାଦିକ ହରିହର ସାହୁ, ସାମ୍ବାଦିକ ବସନ୍ତ କୁମାର ସାମଲ, ଭାବଗ୍ରାହୀ ରାଉତ ଏବଂ ଏଏସଆଇ ହାପିଜ ଖାଁ, ଏଏସଆଇ ନରେନ୍ଦ୍ର ଖୁଣ୍ଟିଆ, ଏସଆଇ ଅନିଲ କୁମାର ନାୟକଙ୍କ ସହ ମାହାଙ୍ଗା ଥାନାର ପୋଲିସ କର୍ମଚାରୀ ନରେନ୍ଦ୍ର ସାମଲ, ବଟକୃଷ୍ଣ ସେଠୀ, ମୁକୁନ୍ଦ ଚାଲାଣ, ସୁଶାନ୍ତ ସାହୁ, ସ୍ୱପ୍ନା ବାନାର୍ଜୀ, ଉମେଶ ସାହୁ ପ୍ରମୁଖ କରୋନା ଯୋଦ୍ଧା ମାନଙ୍କୁ ପୁଷ୍ପଗୁଛ, ମାନପତ୍ର, ଉତ୍ତରୀୟ ପ୍ରଦାନ ସହ ବିଜୟ ତିଳକ ପିନ୍ଧାଇ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମକୁ ଆସ୍ୱସ୍ଥି ଫାଉଣ୍ଡେସନର ରାଜ୍ୟ କାଉନସିଲର ପ୍ରିୟଙ୍କା ସିଂ, ଜୟ ମହାବୀର ଫାଉଣ୍ଡେସନ କଟକ ଜିଲ୍ଲା ସଭାପତି ଶିକନ ସାହୁ, ମାହାଙ୍ଗା ଛାତ୍ରକ୍ରାନ୍ତି ସଭାପତି ପ୍ରଶ୍ନଜିତ ସିଂ,ଆସ୍ୱସ୍ଥି କୋଡିନେଟର ସୁରେଶ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ l ଓଡିଶା ସମାଚାର