ଭୁବନେଶ୍ୱର, ୨୮/୧୨/୨୦୨୦(ଓଡ଼ିଶା ସମାଚାର)- ଆଜାଦ୍ ହିନ୍ଦ୍ ବାହିନୀ, ଓଡ଼ିଶା ଶାଖା କମିଟିକୁ ପୁନଃର୍ଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଅଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବକ-ଯୁବତୀ, ଛାତ୍ରଛାତ୍ରୀଙ୍କୁ ନେଇ ଗତ ଡ଼ିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଥିବା ଏକ ପ୍ରଶିକ୍ଷଣ ଶିବିର ୨୭ ତାରିଖ ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଆଲୋଚକ ଭାବରେ ବରିଷ୍ଠ ପିରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସ୍ତମ୍ଭକାର ତୁଷାରକାନ୍ତ ଶତପଥି, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, କବି, ଲେଖକ ତଥା ସମାଲୋଚକ କେଦାର ମିଶ୍ର, ଅଗ୍ରଗାମୀ କିଷାନ ସଭାର ରାଜ୍ୟ ଉପସଭାପତି ପର୍ଣ୍ଣଚନ୍ଦ୍ର ପାଢ଼ୀ, ସଂଗୀତଜ୍ଞ ସ୍ୱାତୀମୁକ୍ତା ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟ ଅଧ୍ୟକ୍ଷ ଜ୍ୟୋତି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚାରି ଦିନିଆ କର୍ମଶାଳାରେ ସର୍ବଶ୍ରୀ ପ୍ରଦୀପ ଦାସ, ରତିକାନ୍ତ ପରିଡ଼ା, ସୁଶିଲ ଥାନପତି, ଗାୟତ୍ରୀ ନାଏକ, ଜଗନ୍ନାଥ ମହାନନ୍ଦା, ଦେବାଶିଷ ମହାରଣା, ବିମଳା ନାଏକ, ଅଲିଭା ନାଏକ, ମୃତ୍ୟୁଞ୍ଜୟ ମହାରଣା ପ୍ରମୁଖଙ୍କ ନେତୃତ୍ୱରେ ଯୁବକ-ଯୁବତୀମାନେ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିବା ସହିତ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗରେ ରାଜ୍ୟ ତଥା ଦେଶର ଯୁବକ-ଯୁବତୀମାନଙ୍କୁ ସାମିଲ କରାଇ ଅଭିଯାନକୁ ସଶକ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଆଜାଦ୍ ହିନ୍ଦ୍ ବାହିନୀର ୪ ଦିନିଆ କର୍ମଶାଳା ଉଦଯାପିତ – ଆଜାଦ୍ ହିନ୍ଦ୍ ବାହିନୀ ପୁନଃର୍ଗଠନ ଉଦ୍ୟମ ଆରମ୍ଭ