Friday , September 29 2023
Breaking News
Home / ବିଶେଷ / ଅସହାୟ ଲୋକଙ୍କୁ କମ୍ବଳ ଏବଂ ମାସ୍କ ବଣ୍ଟନ

ଅସହାୟ ଲୋକଙ୍କୁ କମ୍ବଳ ଏବଂ ମାସ୍କ ବଣ୍ଟନ

ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)-  ଗତ ରବିବାର ଦିନ ଶୀତ ରାତିରେ, ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ରହୁଥିବା, ଶୀତର ପ୍ରଭାବରୁ ନାହିଁ ନ ଥିବା ଅସୁବିଧା ଭୋଗକରୁଥିବା ଦିବ୍ୟାଙ୍ଗ, ବୃଦ୍ଧ ଏବଂ ଅସହାୟ ଗରିବ ଲୋକଙ୍କୁ  ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ଏବଂ ଆଲ୍ବେଜ ଉଇଥ ୟୁ କ୍ଳବ ର ମିଳିତ ଉଦ୍ୟମ ରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କେଂଟିନ, ରାମ ମନ୍ଦିର ଏବଂ ରାଜମହଲ ଏରିଆ ରେ କମ୍ବଳ ବଣ୍ଟନ କରାଯାଇଥିଲା ।

କରୋନା ମହାମାରୀ ସକାଶେ ଏହି ବର୍ଷ ଗରିବ ଲୋକ ମାନଙ୍କୁ କମ୍ବଳ ସହିତ ମାସ୍କ ମଧ୍ୟ ଯୋଗେଇ ଦିଆ ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସଂଗଠନର ୮  ଜଣ ସଦସ୍ୟ – ସାଗରୀକା ଶତପଥି, ଶିବବ୍ରତ ମହାନ୍ତି, ଆଦିତ୍ୟ ସମ୍ରାଟ ସାମନ୍ତରାୟ, ବିକି ସୌମ୍ୟ ରଞ୍ଜନ ଆଚାର୍ୟ୍ୟ, ସତ୍ୟଭାମା ମିଶ୍ର, ରଂଜିତା ଓଝା, ବୀଣାପାଣି ମହାପାତ୍ର ଏବଂ ଶୁଭଲକ୍ଷ୍ମୀ ପଟନାୟକ ଉପସ୍ଥିତ ଥିଲେ ।  ଆଗାମୀ ଦିନରେ ଏପରି ଆହୁରି ଅସହାୟଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *