Tuesday , October 26 2021
Breaking News
Home / ବିଶେଷ / ହାତୀ ପାଇଁ ଚାଷୀ ରାତି ଉକ୍ସାଗର – ସଞ୍ଜ ନଇଁଲେ ପାଚିଲା ଧାନ ଖାଇବାକୁ ହାତୀପଲ ଧାନଗହୀରକୁ ଟାର୍ଗେଟ

ହାତୀ ପାଇଁ ଚାଷୀ ରାତି ଉକ୍ସାଗର – ସଞ୍ଜ ନଇଁଲେ ପାଚିଲା ଧାନ ଖାଇବାକୁ ହାତୀପଲ ଧାନଗହୀରକୁ ଟାର୍ଗେଟ

ନିରାକାପୁର, ୨୭/୧୨/୨୦୨୦(ଓଡ଼ିଶା ସମାଚାର)- ଦୀର୍ଘଦିନ ହେବ ହାତୀପଲ ଟାଙ୍ଗୀ ବନାଂଚଳର ବିଭିନ୍ନ ଅଂଚଳରେ ଡ଼େରା ପକାଇଥିବାବେଳେ ଧାନ ଫସଲ ସମୟରେ ଧାନ ଗହୀର ମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି । ବର୍ତମାନ ନିରାକାରପୁର ଚିତ୍ରକୂଟ ମୁଣ୍ଡିଆ ଓ ଖଜୁରୀପଡ଼ା ଜଙ୍ଗଲରେ ୨୦ଟି ହାତୀ ରହି ସନ୍ଧ୍ୟା ହେଲେ ରାମେଶ୍ୱର, ଖଜୁରୀପଡ଼ା,କାଶୀପୁର ଧାନ ଗହୀରରେ ପଶି ପାଚିଲା ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି । ଏବେ କିଛି ଦିନ ହେବ ହାତୀପଲ ରେଳ ଧାରଣା ଅତିକ୍ରମ କରି ନିରାକାରପୁର,ଲେଣ୍ଡୁ ଡ଼ିଆ ଓ ପୁରୀ ଜିଲ୍ଲା ଗଡ଼ଖାରଦ ପଂଚାୟତ ଅଂଚଳର ଚାଷ ଜମି ସମେତ  ଗ୍ରାମରେ ଥିବା ବାଡ଼ିବଗିଚାରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ସନ୍ଧ୍ୟା ହେଲେ ଆଖାପାଖ ଅଂଚଳର ଜନସାଧାରଣ ଭୟ ଓ ଆଶଙ୍କା ମଧ୍ୟରେ ରହି ହାତୀପଲଙ୍କୁ ଘେଉଡ଼ାଇବା ପାଇଁ ରାତି ଉଜାଗର ହେଉଛନ୍ତି । ବନ ବିଭାଗ କେବଳ ଲୋକ ଦେଖାଣିଆଭାବେ ହାତୀପଲ ଘେଉଡ଼ାଇବାର ଅଭିନୟ କରୁଥିବାବେଳେ ବାସ୍ତବରେ ବନ ବିଭାଗ ନରବଦ୍ରଷ୍ଟା ସାଜିଛି । ଯାହା ଫଳରେ ହାତୀପଲ ତଳେ ରେଳଧାରଣା ଓ ଉପରେ ୨୫ହଜାର ଭୋଲଟ ବିଦ୍ୟୁତ ତାର ଅତିକ୍ରମ କରି ତଳ ଅଂଚଳକୁ ପଳାଉଛନ୍ତି । ଏହା ଦ୍ୱାରା ହାତୀଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ଜନଜୀବନ ପ୍ରତି ମଧ୍ୟ  ହାତୀମାନେ ବିପଦ ସୃଷ୍ଟି କରାଉଛନ୍ତି । ଏ ସବୁ ଘଟଣା ବନ ବିଭାଗ ସବୁ ଜାଣି ମଧ୍ୟ ନ ଜାଣିବାର ଅଭିନୟ କରୁଛି ।  ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *