Sunday , October 1 2023
Home / ବିଶେଷ / ଶନିଶ୍ଚର ବଜାର କମିଟି ପକ୍ଷରୁ ଭାଗବତ ପାରାୟଣ

ଶନିଶ୍ଚର ବଜାର କମିଟି ପକ୍ଷରୁ ଭାଗବତ ପାରାୟଣ

 ନିଶ୍ଚିନ୍ତ କୋଇଲି , ୨୭/୧୨/୨୦୨୦(ଓଡ଼ିଶା ସମାଚାର/ ଅଭୟ ଜେନା)- ଜନାର୍ଦ୍ଧନପୁର ପଂଚାୟତ ଶନିଶ୍ଚରବଜାର କମିଟି ପକ୍ଷରୁ ୨ୟ  ବାର୍ଷିକ  ଭାଗବତ  ପାରାୟଣ    ଓ  ପ୍ରବଚନ  ସପ୍ତାହ  ବ୍ୟାପି  ଆରମ୍ଭ  ହୋଇଛି ।    ପ୍ରତ୍ୟେହ  ସକାଳୁ  ପୂଜାବିଧି  ଅନୁଯାୟୀ  ପୂଜାପାଠ  ଓ ମଧ୍ୟାହ୍ନରେ ମଧ୍ୟାହ୍ନ ନୀତି  , ସଂନ୍ଧ୍ୟାରେ ଆଳତି ଓ ପୂଜା ପ୍ରତ୍ୟେହ ହେବା ସେଂଙ୍ଗ ସେଂଙ୍ଗ  ରାତ୍ରରେ  ପୂଜାବିଧି  ଅନୁଷ୍ଠିତ  ହେଉଛି ।  ଭାଗବତ  ପାରାୟଣ କାର୍ଯ୍ୟକ୍ରମ ରେ  ଭଗବତ ପ୍ରେମି ବ୍ୟକ୍ତିବିଶେଷଙ୍କ ଦ୍ୱାରା ଭାଗବତ ପାଠ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ  ତା. ୨୪/୧୨/୨୦୨୦ ଗୁରୁବାର ଠାରୁ ଆରମ୍ଭ ହୋଇ ୩୦/୧୨/୨୦୨୦ ବୁଧବାର ଉଦଯାପିତ ହେବ  । ବଜାର କମିଟିର କର୍ମକର୍ତା  ପ୍ରକାଶ  ଚନ୍ଦ୍ର  ପାତ୍ରଙ୍କ  ତତ୍ୱାବଧାନରେ ଏହି  କାର୍ଯ୍ୟକ୍ରମ  ସମ୍ପାଦିତ ହେଉଥିବାବେଳେ  ବଜାର  କମିଟିର  ସମସ୍ତ କର୍ମକର୍ତା  ଓ  ସଦସ୍ୟମାନେ  ଏଥିରେ ସହାୟତା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *