Saturday , October 8 2022
Breaking News
Home / ବିଶେଷ / ଶତାୟୁ ମହିଳାଙ୍କ ପରଲୋକ

ଶତାୟୁ ମହିଳାଙ୍କ ପରଲୋକ

ଭୁବନେଶ୍ୱର, ୨୭/୧୨/୨୦୨୦(ଓଡ଼ିଶା ସମାଚାର)- ସାପ୍ତାହିକ ଖବରକାଗଜ ବଜ୍ରକୀଳା ସମ୍ପାଦକଙ୍କ ସହଧର୍ମିଣୀ ସୁପ୍ରଭା ଶତପଥୀଙ୍କ ଜେଜେ ମାଆ ଆଶାଦିବ୍ୟା ଶତପଥୀଙ୍କର ୧୦୨ ବର୍ଷ ବୟସରେ ଗତ କାଲି ୨୬ ତାରିଖ ଶନିବାର ରେ ରସୁଲପୁର ବ୍ଲକ, ଶୂଳିଆ ଗ୍ରାମରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ଦୁଇପୁଅ ସହଦେବ ଓ ଗଣନାଥ, ଦୁଇ ବୋହୁ, ଝିଅ, ନାତି, ନାତୁଣୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଅନ୍ତିମ ଯାତ୍ରାରେ ପରିବାର ବ୍ୟତୀତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ମହିଳା ଥିଲେ । ଅବିଭକ୍ତ କଟକ ଜିଲ୍ଲାର ଯାଜପୁରର ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ସେ ଚାଷୀମାନଙ୍କୁ ସାଙ୍ଗରେ ଧରି ୧୯୮୩ ମସିହାରେ ଦିଲ୍ଲୀ ଯାଇଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.