ମାହାଙ୍ଗା,୨୭/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଆଁପାଳ ଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ସମାରୋହ ଦଳର ବ୍ଲକ ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏକ ଦୁର୍ନୀତିମୁକ୍ତ ଓ ବିକଶିତ ସମାଜ ଗଠନ ବିଜେଡିର ମୂଳ ଲକ୍ଷ୍ୟ ବୋଲି ଆଇନି ମନ୍ତ୍ରୀ ପ୍ରତାପ ଜେନା ଆହ୍ୱାନ ଦେଇଛନ୍ତି । ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଆମେ ପ୍ରାଥମିକତା ଦେଇଆସିଛୁ । ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ,ନିଶ୍ଚିନ୍ତକୋଇଲି ଚେୟାରମ୍ୟାନ ସବିତା ଓଝା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଯୁବନେତା ଅଶୋକ ଓଝା, ମହିଳା ବିଜେଡି ସଭାପତି ସୁସ୍ମିତା ଦାସ, ରମାକାନ୍ତ ମହାନ୍ତି, ହୃଷିକେଶ ସ୍ୱାଇଁ, ସ୍ୱାଧୀନ ମହାନ୍ତି, ଦେବେନ୍ଦ୍ର ସାହୁ, ଉମାଶଙ୍କର ବିଶ୍ୱାଳ, ତ୍ରିନାଥ ଜେନା, ପ୍ରଦୀପ୍ତ ବିଶ୍ୱାଳ, ଗିରିଶ ମହାପାତ୍ର, ସବିତା ମହାନ୍ତି, ସୁଭଦ୍ରା ଦାସ, ଗୀତାଞ୍ଜଳି ପଣ୍ଡା, ହରପ୍ରିୟା ପାଣି, ଅନ୍ନପୂର୍ଣ୍ଣା ପାଣି, କିଶୋର ସିଂ, ରୁଦ୍ର ନାରାୟଣ ସିଂ, କନକଲତା ବେହେରା, ଭିକାରୀ ସ୍ୱାଇଁ, କମଳାକାନ୍ତ ଦାସ, ଚିତରଞ୍ଜନ ମହାନ୍ତି, ନର୍ମଦା ନାୟକ, ବିଜୟ ରାଉତ ପ୍ରମୁଖ ଯୋଗଦେଇ ନବୀନ ବାବୁଙ୍କ ଲୋକାଭିମୁଖୀ ଶାସନକୁ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର