ନିରାକାରପୁର, ୨୭/୧୨/୨୦୨୦(ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅର୍ନ୍ତଗତ ରାମେଶ୍ୱର ମଲାଗୁଣୀ ନଦୀ ପଠାରେ ପୋତା ହୋଇଥିବା ଏକ ନବଜାତ ଶିଶୁ କନ୍ୟା ର ମୃତ ଦେହକୁ ନିରାକାରପୁର ପୋଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ରାମେଶ୍ୱର ମଲାଗୁଣୀ ନଦୀ ବ୍ୟାରେଜ ନଦୀ ପଠାରେ ଏକ ଶିଶୁ କନ୍ୟା ପୋତା ହୋଇଥିବା ଓ ତାର ହାତ ଉପରକୁ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଦେଖି ନିରାକାରପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ନିରାକାରପୁର ପୋଲିସ ଆସି ଶିଶୁ କନ୍ୟାକୁ ମାଟି ଖୋଳି ଉଦ୍ଧାର କରିଥିବାବେଳେ ଶିଶୁ କନ୍ୟାର ନାହିରେ ଏକ ପ୍ଲାଷ୍ଟିକ ଲାଗିଥିବାବେଳେ ହାତରେ ଦେବୀପ୍ରିୟା ପଟ୍ଟନାୟକଙ୍କ ଝିଅ ବୋଲି ଲେଖାଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି । କେହି କନ୍ୟା ସନ୍ତାନ ମୃତ୍ୟୁ ପରେ ଏହି ଜାଗାରେ ପୋତି ଦେଇଥିବାର ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହୁଛି । ଓଡ଼ିଶା ସମାଚାର