ନିରାକାରପୁର, ୨୭/୧୨/୨୦୨୦(ଓଡ଼ିଶା ସମାଚାର)- ଭୁଷଣ୍ଡପୁର ଗ୍ରାମର ବାବା ଶ୍ରୀ ଶ୍ରୀ ବାଲୁେଙ୍କଶ୍ୱର ଦେବଙ୍କ ପ୍ରାଙ୍ଗଣରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏଥିରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଦଳର ପଂଚାୟତ ସଭାପତି ତ୍ରିନାଥ ସେଠୀସଭା ପରିଚାଳନା କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଅନିଲ କୁମାର ପଟ୍ଟନାୟକ,ପ୍ରଶାନ୍ତ କୁମାର ସାହୁ, ସମିତିସଭ୍ୟ ରାଜ କିଶୋର ନାୟକ, ସର୍ବେଶ୍ୱର ବେହେରା, ସତ୍ୟାନନ୍ଦ ଜେନା, ପ୍ରଫୁଲ ଦଳେଇ,କରୁଣା ବେହେରା,ସଞ୍ଜୟ ନାୟକ, ସଂପାଦକ ତଥା ଯୁବ ସମାଜସେବୀ ସୈାରଭ କୁମାର ଦାସମହାପାତ୍ର ପ୍ରମୁଖ ଯୋଗଦେଇ ଦଳର ନୀତି, ଆଦର୍ଶ ,ଆଭିମୁଖ୍ୟ ବିଷୟରେ ଆଲୋଚନା କରି ତୃଣମୂଳସ୍ତରରୁ ଦଳକୁ ସଂଗଠିତ କରି ଦୃଢ କରିବା ପାଇଁ ନିଷ୍ପତି ନେଇଥିଲେ । ଓଡ଼ିଶା ସମାଚାର