Monday , October 18 2021
Breaking News
Home / ବିଶେଷ / ବରିଷ୍ଠ ଶିଳ୍ପଦ୍ୟୋଗି ଅମୀୟ ସାମନ୍ତରାୟଙ୍କ ପରଲୋକ

ବରିଷ୍ଠ ଶିଳ୍ପଦ୍ୟୋଗି ଅମୀୟ ସାମନ୍ତରାୟଙ୍କ ପରଲୋକ

ପାରାଦୀପ ୨୭/୧୨/୨୦୨୦(ଓଡ଼ିଶା ସମାଚାର)-  ପାରାଦୀପ ଅଂଚଳର ବରିଷ୍ଠ ଶିଳ୍ପଦ୍ୟୋଗି ଅମୀୟ ସାମନ୍ତରାୟଙ୍କ ୬୯ବର୍ଷ ବୟସରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁଁ ଘରେ ରହି ଚିକତ୍ସିତ ହେଉଥିଲେ । ଅଠରବାଙ୍କୀ ମାର୍କେଟରେ କୋଣାର୍କ ଇଂଜିନିୟରିଂ କରି ବ୍ୟବସାୟ କରୁଥିଲେ । ତାଙ୍କ ବିୟୋଗରେ ପାରାଦୀପ ସମେତ କୁଜଙ୍ଗ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ସାମନ୍ତରାୟ ପାରାଦୀପ ନଗର କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସଭାପତିତ୍ୱ ସମୟରେ ପାରାଦୀପ ଏନଏସିରେ ପ୍ରଥମ ଥର ହୋଇଥିବା ନିର୍ବାଚନରେ କଂଗ୍ରେସର ଉମେଶ ଚନ୍ଦ୍ର ସାମନ୍ତରାୟ ନଗରପାଳ ହୋଇଥିଲେ । ତାଙ୍କ ବିୟୋଗରେ ତାଙ୍କ ଭାଇ ପୂର୍ବତନ ପୌରାଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, ଅଶୋକ ସାମନ୍ତରାୟ,ସୁବାସ ସାମନ୍ତରାୟ, ସହଦେବ ସାମନ୍ତରାୟ, ପ୍ରଫୁଲ ପରିଡା, ତନ୍ମୟ ଖୁଂଟିଆ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ଜନ୍ମସ୍ଥାନ କୁଜଙ୍ଗ ନିକଟସ୍ଥ ଷଣ୍ଡପୁର ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ସାମନ୍ତରାୟ ଜଣେ ପରୋପକାରୀ, ମିଷ୍ଟଭାଷୀ, ଅମାୟିକ ବ୍ୟକ୍ତି ଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *