Sunday , October 1 2023
Home / ବିଶେଷ / ପିପୁଲ୍ସ ଫୋରମର ୩୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଶାଳ ମହିଳା ରକ୍ତଦାନ ଶିବିର

ପିପୁଲ୍ସ ଫୋରମର ୩୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଶାଳ ମହିଳା ରକ୍ତଦାନ ଶିବିର

ଭୁବନେଶ୍ୱର, ୨୭/୧୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ପିପୁଲ୍ସ ଫୋରମ ନିଜର ୩୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ରେଡ଼କ୍ରସ ଭବନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନ ଉତ୍ସବରେ ସିୱାଇଏସଡ଼ିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗଦାନନ୍ଦ ମୁଖ୍ୟ ଅତିଥି , ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶାର ସଂଯୋଜକ ମଧୁସୂଦନ ଦାସ, ରାଜ୍ୟ ରକ୍ତଦାନ ଶିବିର ସଂଯୋଜକ ଅଜୟ ତ୍ରିପାଠୀ, ଅନ୍ନପୂର୍ଣ୍ଣା ଫାଇନାନ୍ସର ନର୍ଦ୍ଧେଶକ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଫାଇନାନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ଓ ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋବିନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ । ପିପୁଲ୍ସ ଫୋରମର ପ୍ରତିଷ୍ଠା ଦିବସର ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ପିପୁଲ୍ସ ଫୋରମ ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ୨୦୦୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *