Tuesday , September 27 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍ ଜିପସମ୍ ମାମଲା :  ଉତ୍କଳ କମ୍ପାନୀକୁ ଗାଡି ଯୋଗାଇ ବିବାଦରେ ଫୋରଟି ସଂଘ

ପିପିଏଲ୍ ଜିପସମ୍ ମାମଲା :  ଉତ୍କଳ କମ୍ପାନୀକୁ ଗାଡି ଯୋଗାଇ ବିବାଦରେ ଫୋରଟି ସଂଘ

ପାରାଦୀପ ୨୭/୧୨/୨୦୨୦(ଓଡ଼ିଶା ସମାଚାର)-  ପାରାଦୀପସ୍ଥିତ ପିପିଏଲ୍ ସାର କାରଖାନାରୁ ଜିପସମ୍ ଉଠାଣ ନିମନ୍ତେ ୯ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ମିଳିଛି । ସେଥି ମଧ୍ୟରୁ ଉତ୍କଳ ନାମକ କମ୍ପାନୀ ଗତବର୍ଷ ଡିସେମ୍ବର ମାସର ସାର ଉଠାଣ ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ଏହି କମ୍ପାନୀ ପାଇଁ ପିପିଏଲ୍ କମ୍ପାନୀ ଏକ ପ୍ରକାର ଚକ୍ରବୁ୍ୟହରେ ଫସି ଯାଇଛି । ଖବରରୁ ପ୍ରକାଶ ଯେ ଉତ୍କଳ କମ୍ପାନୀ ତାର ଜିପସମ୍ ପରିବହନ କାର୍ଯ୍ୟ ପାଇଁ ସ୍ଥାନୀୟ ଏମ୍.କେ.ଏସ୍ ପରିବହନ ସଂସ୍ଥାକୁ ନିୟୋଜିତ କରିଥିବା ବେଳେ ନୂତନ କରି ଗଢି ଉଠିଥିବା ଫୋରଟି ସଂଘ ସହ ପରିବହନ ପାଇଁ ସହବନ୍ଧିତ କରିଛି । ଯାହାର କି କୌଣସି ଅସ୍ଥିତ୍ୱ ନାହିଁ କି ତାର କୋଣସି କମକର୍ତାଙ୍କ ଗାଡି ନଥିବା ଅଭିଯୋଗ ହେଉଛି । ତେବେ ଉତ୍କଳ କମ୍ପାନୀର  ମନମୁଖୀ କାର୍ଯ୍ୟ ଓ ଅନ୍ୟୟ ଭାବେ ଫୋରଟି ସଂଘର ଗାଡି ବ୍ୟବହାରକୁ ନେଇ ଏମ୍.କେ.ଏସ୍ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ତେବେ ଏସବୁ ଘଟଣା କ୍ରମକୁ ନେଇ ଏମ୍.କେ.ଏସ୍ ଟ୍ରାନ୍ସପୋର୍ଟ ମାଲିକ ସଂଘ ସୁଶାନ୍ତ କୁମାର ସାମଲଙ୍କୁ ଯୋଗାଯୋଗ କରିବାରୁ ସେ ଆଇନତଃ ଏହା ସଂପୂର୍ଣ୍ଣ ବେଆଇନ୍, ଫୋରଟି ସଂଘ କୌଣସି ହାଲତ୍ ରେ ଉତ୍କଳ କମ୍ପାନୀର ଜିପସମ୍ ପରିବହନ କାର୍ଯ୍ୟ ପାଇଁ ଗାଡି ଯୋଗାଇ ପାରିବ ନାହିଁ, ଯାହା କରିବ ଏମ୍.କେ.ଏସ୍ ଟ୍ରାନ୍ସପୋର୍ଟ ମାଧ୍ୟମରେ କରିବ । କିନ୍ତୁ ଏହାକୁ ଉତ୍କଳ, ଫୋରଟି ଓ ସର୍ବୋପରି ପିପିଏଲ୍ ଖିଲାପ କରିଥିବାରୁ ଏଥି ପାଇଁ ଆଇନ୍ ର ଆଶ୍ରୟ ନିଆଯାଇଛି ବୋଲି କହିଥିଲେ । ତେବେ ଏପରି ସ୍ଥଳେ ଏହି ପରିବହନ ଖେଳରେ ନିର୍ଦ୍ଧିଷ୍ଟ କମ୍ପାନୀକୁ ଅନୁକମ୍ପା ଦେଖାଇ ପିପିଏଲ୍ ଏବେ ହରଡ ଘଣାରେ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.