Tuesday , October 26 2021
Breaking News
Home / ସ୍ୱାସ୍ଥ୍ୟ / ଚାକିରୀ ଜନିତ ସମସ୍ୟାକୁ ନେଇ ପ୍ରତିବାଦ କରିବେ ନର୍ସିଂ ଅଫିସର

ଚାକିରୀ ଜନିତ ସମସ୍ୟାକୁ ନେଇ ପ୍ରତିବାଦ କରିବେ ନର୍ସିଂ ଅଫିସର

୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ, ୨ରୁ ୪ ତାରିଖ  ପର୍ଯ୍ୟନ୍ତ ଟୋକନ ଷ୍ଟ୍ରାଇକ

ଭୁବନେଶ୍ୱର, ୨୭/୧୨/୨୦୨୦ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ ଚାକିରୀ ଜନିତ କେତେକ ଅସଙ୍ଗତି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏହାର ପ୍ରତିବାଦରେ ଆଜିଠାରୁ ୧ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପୀ ରାଜ୍ୟର ସମସ୍ତ ନର୍ସିଂ ସମାଜ କଳାବ୍ୟାଚ୍ ପରିଧାନ କରିବ । ସେହିପରି ଆସନ୍ତା ୨ ତାରିଖ ନୂଆବର୍ଷରୁ ୪ ତାରିଖ ପର୍ଯ୍ୟନ୍ତ ରୋଗୀ ସେବାରେ ଅବହେଳା ନକରି ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନା ସମ୍ମୁଖରେ ପ୍ରତିବାଦ ସ୍ୱରୂପ ଟୋକନ ଷ୍ଟ୍ରାଇକ୍ କରିବେ ବୋଲି ଅଲ୍ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଆସୋସିଏସନର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମହାନ୍ତି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନର୍ସମାନେ କରୋନା ଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ଆଦି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ସୁଶ୍ରୁଷା କରିଥାନ୍ତି । ହେଲେ ସେମାନଙ୍କ ସମସ୍ୟା ସରକାର ବୁଝନ୍ତି ନାହିଁ । ମୂଳ ଦରମାର ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ‘ଏମଏସିପି’ ପ୍ରଦାନ, ନର୍ସିଂ ସ୍କିମ ରେ ଚାକିରୀ କରୁଥିବା ‘ଆରବିଏସକେ’ ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ସହିତ ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଉଥିବା ନର୍ସସାମନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ନେଇ ଏହି ପ୍ରତିବାଦ ହେବ । ଏସବୁ ସତ୍ୱେ ସରକାର ଯଦି ଆମ ସମସ୍ୟାର ସମାଧାନ ନକରନ୍ତି, ତାହେଲେ ପରବର୍ତୀ ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସଭାପତି ପ୍ରତିଭା ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟା ଲକ୍ଷ୍ମୀପ୍ରିୟା ଜେନା, ମାଳତି ତ୍ରିପାଠୀ, ପ୍ରେମଲତା ମିଶ୍ର, ଅଶ୍ୱିନୀ ଦାସ, ଶିବାନୀ ଦାସ, ବିଭୁ ପଟ୍ଟନାୟକ, ଏସସିବି, ଏମକେସିଜି ବ୍ରହ୍ମପୁର, ବୁର୍ଲା, ଶିଶୁଭବନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୧୦୦କୋଟି ଟୀକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ରାପଡାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱରେ ସର୍ବ ବୃହତ୍ ଟୀକା କରଣ ଅଭିଯାନରେ ଇତିହାସ ରଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ …

Leave a Reply

Your email address will not be published. Required fields are marked *