ଭୁବନେଶ୍ୱର, ୨୭/୧୨/୨୦୨୦ (ଓଡ଼ିଶା ସମାଚାର)- ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କ ଫାର୍ମାସିଟୁ୍ୟକାଲ ଲିଃ. ର ସୁଇଡେନ୍ ସ୍ଥିତ ଗ୍ଲେନ୍ ମାର୍କ ସ୍ପେସିଆଲିଟି ଏସ୍.ଏ ପକ୍ଷରୁ ମେନାରିନ୍ ଗ୍ରୁପ୍ ସହିତ ଚୁକ୍ତି ହୋଇଛି । ଚୁକ୍ତି ଅନୁସାରେ ମେନାରିନ୍ ଗେନ୍ ମାର୍କର ନାଜାଲ ସ୍ପ୍ରେ ରୟାଲଟ୍ରିସ୍ ୟୁରୋପର ୩୩ଟି ଦେଶ ସମେତ ବଲକାନ୍ ଅଂଚଳରେ ଯୋଗାଇ ଦେବ । ଏହା ଫ୍ରାନ୍ସ୍, ଇଟାଲୀ ଏବଂ ସ୍ପେନ୍ ରେ ଉପଲବ୍ଧ ହେବ । ଗ୍ଲେନମାର୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରୟାଲଟ୍ରିସ୍ ର ଓଲୋପ୍ଟାଡାଇନ୍ ହାଇଡ୍ରୋକ୍ଲୋରାଇଡ୍ ର ୬୬୫ ଏମସିଜି ଏବଂ ମୋମେଟାସୋନେଫୁ୍ୟରେଟ୍ର ୨୫ ଏମସିଜି କମ୍ବିନେଶନ ନାଜାଲ ସ୍ପ୍ରେ ସିଜିନାଲ ଆଲର୍ଜିରହିନିଟିସ୍ ପାଇଁ ବ୍ୟବହୃତ ହୋଇଥାଏ । ଏହାକୁ ୧୨ ବର୍ଷରୁ ଅଧିକ ବୟସ୍କ ବ୍ୟବହାର କରିପାରିବେ । ଏଥିରେ ଆନ୍ଟି-ହିଷ୍ଟାମାଇନ୍ ସହିତ ଷ୍ଟେରୋଏଡ୍ ରହିଛି ।
ଏହି ଅବସରରେ ଗ୍ଲେନ୍ ମାର୍କ ଫାର୍ମାସୁ୍ୟଟିକାଲ୍ସର ୟୁରୋପ-ମଧ୍ୟପ୍ରାଚ୍ୟ-ଆଫ୍ରିକା-ଲାଟିନ୍ ଆମେରିକା ବିଜ୍ ନେସ୍ ହେଡ୍ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ଆଚିନ୍ ଗୁପ୍ତା କହିଲେ, ରୟାଲଟ୍ରିସ୍ ପାଇଁ ଆମେ ମେନାରିନ୍ ସହିତ ମିଳିତ ହୋଇଥିବାରୁ ବେଶ୍ ଆନନ୍ଦିତ । ଏଣିକି ମେନାରିନ୍ ୟୁରୋପରେ ରୟାଲଟ୍ରିସ୍ କାରବାର କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଆମେ ରୟାଲଟ୍ରିସ୍ କୁ ଗ୍ଲେନ୍ ମାର୍କର ପ୍ରଥମ ଗ୍ଲୋବାଲ ବ୍ରାଣ୍ଡ ଭାବେ ପରିଚିତି ଦେବାକୁ ସକ୍ଷମ ହୋଇପାରିବୁ ।
ଏହି ଅବସରରେ ମେନାରିନ୍ ଗ୍ରୁପ୍ ର ଜେନେରାଲ ମ୍ୟାନେଜର ପିଓ ମେଇ କହିଲେ, ଏହି ଚୁକ୍ତି ଦ୍ୱାରା ୟୁରୋପିଆନ୍ ରେସ୍ପିରାଟୋରୀ ଏବଂ ଆଲର୍ଜି ପୋର୍ଟଫୋଲିଓରେ ଆମେ ରୟାଲଟ୍ରିସ୍ କୁ ସାମିଲ କରାଇବାକୁ ସକ୍ଷମ ହେବୁ । ଏହାଦ୍ୱାରା ଉଭୟ କମ୍ପାନୀ ବେଶ୍ ଉପକୃତ ହୋଇପାରିବେ ।
ଆମେରିକା ବଜାରରେ ହିକ୍ ମା ଫାର୍ମାସୁ୍ୟଟିକାଲ୍ସ୍ ପିଏଲସି ମିଳିତ ହୋଇ ଗ୍ଲୋନ୍ ମାର୍କ ରୟାଲଟ୍ରିସ୍ ର କାରବାର ଜାରି ରଖିଛି । ସେହିପରି ସିକ୍ୱିରସ୍ ପିଟିୱାଇ ଲିଃ. ସହିତ ମିଳିତ ହୋଇ ଅଷ୍ଟ୍ରେଲିଆରେ ରୟାଲଟ୍ରିସ୍ ର କାରବାର ଜାରି ରହିଛି । ଏବେ ରୟାଲଟ୍ରିସ୍ ଦକ୍ଷିଣ ଆଫ୍ରିକାରେ ମଧ୍ୟ କାରବାର ଆରମ୍ଭ କରିଛି । ଆସନ୍ତା କିଛି ମାସ ମଧ୍ୟରେ ରୟାଲଟ୍ରିସ୍ ୟୁକ୍ରାଇନ୍ ଏବଂ ଉଜବେକିସ୍ତାନରେ ମଧ୍ୟ ଉପଲବ୍ଧ ହେବ । ୨୦୨୧ ମାର୍ଚ୍ଚରେ ୟୁହାନ କର୍ପୋରେଶନ ସହିତ ମିଳିତ ହୋଇ ଗ୍ଲେନ ମାର୍କ ରୟାଲଟ୍ରିସ୍ କୁ ଦକ୍ଷିଣ କୋରିଆରେ ଯୋଗାଇ ଦେବ ।
ଅଷ୍ଟ୍ରେଲିଆ, ନାମ୍ବିଆ, ଦକ୍ଷିଣ ଆଫ୍ରିକାରେ ରୟାଲଟ୍ରିସ୍ ବିକ୍ରି ପାଇଁ ମଞ୍ଜୁରୀ ମିଳିସାରିଛି । ୟୁୂରୋପିଆନ୍ ସଂଘ, କାନାଡ଼ା, ରୁଷ୍, ବ୍ରାଜିଲ୍, ମାଲେସିଆ, ସୌଦି ଆରବ ଏବଂ ଅନ୍ୟ ଦେଶରେ ରୟାଲଟ୍ରିସ୍ ର ବିକ୍ରି ପାଇଁ ଗ୍ଳେନ୍ ମାର୍କ ପକ୍ଷରୁ ଆବେଦନ କରାଯାଇଛି । ଚାଇନାରେ କାରବାର ପାଇଁ ଗ୍ରାଣ୍ଡ୍ ଫାର୍ମାସୁ୍ୟଟିକାଲ୍ସ୍ କୋ.ଲିଃ.ସହିତ ଗ୍ଲେନ୍ ମାର୍କ ମିଳିତ ହୋଇଛି । ଓଡ଼ିଶା ସମାଚାର