Friday , September 22 2023
Breaking News
Home / ରାଜନୀତି / କଟକ ସଦର ନିର୍ବାଚନ ମଣ୍ଡଳୀ ରେ ବିଜୁଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

କଟକ ସଦର ନିର୍ବାଚନ ମଣ୍ଡଳୀ ରେ ବିଜୁଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

କିଶୋରନଗର, ୨୭/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): କଟକ ସଦର ବିଜୁଜନତା ଦଳର ପ୍ରତିଷ୍ଠା ଦିବସ କିଶୋରନଗର ହାଟପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗ ଦେଇ ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ର ସ୍ଵଛ ଶାସନ ସମୟରେ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତି ଯୋଗଦେଇ ଉଦବୋଧନ ଦେଇଥିଲେ।କଟକ ସଦର ବିଜେଡି ନେତା ପ୍ରମୋଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ୭ନ ଯୋନ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ବିଳାଶ ମଲ୍ଲିକ ଙ୍କୁ ସଂମ୍ଭର୍ଧିତ କରାଯାଇଥିଲା ଏଥିରେ କଟକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସୁଭଦ୍ରା ଦାସ,କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ ଓ କଳମିଶ୍ରୀ ଗ୍ରାମପଞ୍ଚାୟତ ବିଜେଡି ସଭାପତି ପ୍ରମୋଦ ନାୟକ ଓ ସମ୍ପାଦକ ବିଶ୍ୱଜିତ ପରିଡା ବିଧାୟକ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *