Monday , January 24 2022
Breaking News
Home / ବିଶେଷ / ଓଡିଶାରୁ ଚୁକ୍ତିଭିତିକ ପ୍ରଥା ଉଚ୍ଛେଦ ପାଇଁ ଏକାଠି ହେବେ ରାଜ୍ୟର ସବୁ କର୍ମଚାରୀ ସଂଗଠନ

ଓଡିଶାରୁ ଚୁକ୍ତିଭିତିକ ପ୍ରଥା ଉଚ୍ଛେଦ ପାଇଁ ଏକାଠି ହେବେ ରାଜ୍ୟର ସବୁ କର୍ମଚାରୀ ସଂଗଠନ

ଭୁବନେଶ୍ୱର, ୨୭/୧୨/୨୦୨୦ (ଓଡ଼ିଶା ସମାଚାର)- କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ତଥା ସମାନ କାମକୁ ସମାନ ଦରମା ପ୍ରତିବାଦରେ ଦୀର୍ଘ ତିନି ବର୍ଷ ଧରି ରାଜ୍ୟ ସରକାରୀ ଚୁକ୍ତିଭିତିକ କର୍ମଚାରୀ ସଂଘ ପକ୍ଷରୁ ଡିଜିଟାଲ ଆନ୍ଦୋଳନ ସହ ଗାନ୍ଧୀ ମାର୍ଗରେ ବହୁବାର ଆନ୍ଦୋଳନ କରିଥିଲେବି ସରକାର କର୍ଣ୍ଣପାତ କରୁନାହାନ୍ତି । ବିଶ୍ବ ମହାମାରୀ କରୋନାର ନିୟନ୍ତ୍ରଣ ନିମନ୍ତେ ପ୍ରକୃତ ବିନ୍ଧାଣି ସାଜିଥିବା ଏହି ଶ୍ରେଣୀୟ କର୍ମଚାରୀମାନଙ୍କୁ ସରକାର କେବେଳ କରୋନା ଯୋଦ୍ଧା ଭାବେ ସମ୍ବୋଧନ କରି ତାଙ୍କ କାମ ସାରିଦେଇଛନ୍ତି । ଓଡ଼ିଶା ସରକାର ଯୁବ ନୀତି-୨୦୧୩ କରିଥିଲେ ସେତେବେଳେ ଆଉ ଏକ ଘୃଣିତ ଚୁକ୍ତିଭିତିକ ନିଯୁକ୍ତି-୨୦୧୩ ପ୍ରଥା ଓଡ଼ିଶାର ଯୁବକ ଓ ଯୁବତୀ ମାନଙ୍କ ଉପରେ ଲଦି ସରକାରଙ୍କ ବର୍ବରତାର ପରିଚୟ ପ୍ରଦାନ କଲେ, ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ମୂଳ ଦରମାର ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ସମସ୍ତ ଚୁକ୍ତିଭିତିକ କର୍ମଚାରୀଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲିଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଅସାମ୍ବିଧାନିକ ପଦକ୍ଷେପ । ଏହା ବିରୁଦ୍ଧରେ କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି, ଯେଉଁ ଆନ୍ଦୋଳନରେ କି ପୂର୍ବତନ ମାନ୍ୟବର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୋଟିଏ ମାସ ପରେ ତାଙ୍କ କଥାକୁ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଏବଂ ଏବେକାର ମୁଖ୍ୟ ସଚିବଙ୍କ ପ୍ରତ୍ରୁଶୃତି ପାଣିର ଗାର ପାଲଟିଯାଇଛି। ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଥିଲା ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ରିପୋର୍ଟ ଆସି ନ ଥିଲା। ପୁନର୍ବାର ମାନ୍ୟବର ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଏକ ଆଲୋଚନା କରି ୧୫ ଦିନ ମଧ୍ୟରେ ନିହାତି କିଛି ପଦକ୍ଷେପ ନେବେ ବୋଲି କହି ମଧ୍ୟ ପ୍ରତିଶ୍ରୁତି ରଖିଲେ ନାହିଁ। ରାଜ୍ୟର ଏଭଳି ସଙ୍ଗୀନ ପରିସ୍ଥିତିରେ ମୁଖ୍ୟ ସେନା ସାଜିଥିବା କରୋନା ଯୋଦ୍ଧାଙ୍କ ବିଭିନ୍ନ ଦାବି ଯଥା ଚୁକ୍ତିଭିତିକ ପ୍ରଥାର ପ୍ରତ୍ୟାହାର ସହ ୬ ବର୍ଷ ଚୁକ୍ତିଭିତିକ ଚାକିରୀକୁ ନିୟମିତ ଚାକିରୀରେ ଯୋଗ କରିବା,ସମାନ କାମକୁ ସମାନ ଦରମା, ଜିଆଇଏସ ଏକ କୋଟିକୁ ବୃଦ୍ଧି ଏବଂ କେନ୍ଦ୍ରୀୟ ତଥା ସାର୍ବଜନୀନ କ୍ଷେତ୍ର ସଂଗଠନ ପରି ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି ନେଇ ଓଡ଼ିଶାର ସବୁ କର୍ମଚାରୀ ସଂଗଠନ ଗୋଟିଏ ଛାତ ତଳେ ଏକ ହୋଇ ଆଗାମୀ ଦିନରେ ରଣ ହୁଙ୍କାର ଦେବେ ବୋଲି ସଂଘ ସଭାପତି ବିଜୟ ମଲ୍ଲ,ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ସ୍ୱାଗତ ନନ୍ଦ,ସୁରେଶ ମହାନ୍ତି,ଦେବାଶିଷ ନାୟକ,ରାଜେନ୍ଦ୍ର ମଲ୍ଲିକ,ସନ୍ତୋଷ ଗୌଡ଼,ଅମୂଲ୍ୟ କୁମାର ଭାରିମଲ୍ଲ,ଅନିତା ବେହେରା,ଲୋଜାଳିନ ପଣ୍ଡା, ଅଳକା ମହାନ୍ତି,ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *