ଭୁବନେଶ୍ୱର, ୨୭/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାରୁ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୪, ୦୬୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ବାଲେଶ୍ଵର ଜିଲ୍ଲାରୁ ୩୫, ସୁନ୍ଦରଗଡରୁ ୩୫, ଅନୁଗୁଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୧, ବଲାଙ୍ଗୀରରୁ ୧୦, ଯାଜପୁରରୁ ୯, ବରଗଡରୁ ୮, ନୂଆପଡାରୁ ୬, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ଗଜପତିରୁ ୨, ଭଦ୍ରକରୁ ୧, ଦେବଗଡରୁ ୧, ପୁରୀରୁ ୧ ଓ ସୋନପୁରରୁ ୧ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି। ଓଡ଼ିଶା ସମାଚାର