Monday , September 25 2023
Breaking News
Home / ବିଶେଷ / ସମୁଦ୍ରରେ ଭାସି ଯାଇ ଛାତ୍ର ନିଖୋଜ

ସମୁଦ୍ରରେ ଭାସି ଯାଇ ଛାତ୍ର ନିଖୋଜ

ପାରାଦୀପ ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଶନିବାର ଦିନ ପାରାଦୀପ ନିକଟସ୍ଥ ତ୍ରିଲୋଚନ ପୁର ଗ୍ରାମର ଅଶୋକ ପ୍ରଧାନଙ୍କ ପୁଅ ସିଦ୍ଧାନ୍ତ ପ୍ରଧାନ ମାଆଙ୍କ ସହ ସମୁଦ୍ର ବେଳାଭୁମିରେ ଖେଳୁଥିବା ବେଳେ ଲହଡିରେ ଭାସିଯାଇ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସିଦ୍ଧାନ୍ତ ମାଆଙ୍କ ସହ ବୋସକାଲିସ ପଏ ନିକଟସ୍ଥ ସମୁଦ୍ରରେ ଖେଳୁ ଥିଲେ । ଏହି ସମୟରେ ସମୁଦ୍ରରୁ ଏକ ବଡ ଲହଡି ଆସି ସିଦ୍ଧାନ୍ତକୁ ସମୁଦ୍ର ମଧ୍ୟକୁ ଟାଣି ନେଇଥିଲା । ଖବର ପାଇ ଅଭୟଚାନ୍ଦପୁର ଥାନା ପୋଲିସ, ଅଗ୍ନିଶମ ବାହିନୀ ଖୋଜାଖୋଜି କାର୍ଯ୍ୟ ଜାରୀ ରଖିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ନିଖୋଜ ସିଦ୍ଧାନ୍ତଙ୍କର କୌଣସି ସଦ୍ଧାନ ମିଳି ନାହିଁ । ସେ ନିକଟସ୍ଥ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପାଠ ପଢୁଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *