ରଘୁନାଥପୁର,୨୬/୧୨/୨୦୨୦(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିାଜଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡ଼ି ସଭାପତିଙ୍କ ବ୍ୟତୀତ ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର, ଯୁବ ସଂଗଠକ, ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ମହିଳା ବିଜେଡ଼ି ସଭାନେତ୍ରି ଶାନ୍ତିଲତା ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ବ୍ଲକ୍ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରତ୍ୟେକ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା,ସାଂସଦ ପ୍ରତିନିଧି ଗୌତମ ପାଲିତ, ସଭ୍ୟ ବିଦ୍ୟାଧର ମହାନ୍ତି, ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ,ପୂର୍ବତନ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ନାଥ ସ୍ୱାଇଁ, ମାନସ କୁମାର ଦାସ, ଅନ୍ତର୍ଯ୍ୟାମୀ ସାମଲ,ଅମିତ ମହାମାତ୍ର, ଟୁବୁଲା ସ୍ୱାଇଁ, ଶିବରାମ ସାହୁ, ପରମାନନ୍ଦ ସ୍ୱାଇଁ, ସରପଂଚ ସୂର୍ଯ୍ୟ ନାରାୟଣ ନାୟକ, ରୁବି ମହାନ୍ତି, ପ୍ରଭାତ ସ୍ୱାଇଁ, ପ୍ରତାପ ରାଉତ, ସରପଂଚ ଜାନକୀ ବଲଭ ସ୍ୱାଇଁ, ପ୍ରମୋଦ ଜେନା, ଡ଼ମ୍ବରୁଧର ବେହେରା,ଅନୀଲ ମହାନ୍ତି , ମନ ସ୍ୱାଇଁ, ବି ଏନ ଅର୍ପଣ ପ୍ରମୁଖ ଯୋଗ ଦେଇଥିବାବେଳେ ଯୁବ ନେତା ମାନସ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର