Friday , September 29 2023
Breaking News
Home / ବିଶେଷ / ମୃତ ଶିକ୍ଷକଙ୍କ  ପରିବାରକୁ ଶିକ୍ଷକ ସଂଘର ଆର୍ଥିକ ସହାୟତା

ମୃତ ଶିକ୍ଷକଙ୍କ  ପରିବାରକୁ ଶିକ୍ଷକ ସଂଘର ଆର୍ଥିକ ସହାୟତା

ନିରାକାରପୁର, ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଲେଣ୍ଡୋ ପଂଚାୟତ ସ୍ଥିତ ସାନ ଗୋବୋନ୍ଦପୁର ପ୍ରାଥମିକ ବିଦ୍ୟାଲୟରେ କାର୍ଯ୍ୟରତ ସହକାରି ଶିକ୍ଷକ ରାଜ କିଶୋର ସେଠୀ ଙ୍କ ଗତ ୨୪ ତାରିଖ ଦିନ ହୃଦ ଘାତରେ ମୃତୂଘଟିଥିଲା । ଏହି ଖବର ପାଇ ଟାଙ୍ଗି ବ୍ଲକ୍ ଶିକ୍ଷକ ସଂଘ କର୍ମ କାର୍ତା ମାନେ ଶନିବାର ଦିନ ଶୋକ ସନ୍ତାପ ପରିବାର ପାଖରେ ପହଁଚି ସମବେଦନା ଜଣାଇବା ସହ ୧୦ଜହାର ଟଙ୍କାର ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିଥିଲେ । ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ,ସଂପାଦକ ପ୍ରଦୀପ କୁମାର ପରିଡ଼ା,ବ୍ରହ୍ମା ନନ୍ଦ ଦାସ,ଶୀ୍ରକାନ୍ତ ମହାପାତ୍ର,ଅମର କୁମାର ଜୟସିଂହ ଓ ଦଃୁଶାସନ ସେଠୀ , ପୁଷ୍ପଲତା ସେଠୀ, ପ୍ରେମଲତା ସାମନ୍ତରାୟ, ଦୁଃଶାସନ ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ ଓ ରବି ଭୋଈ ପ୍ରମୁଖ ଶିକ୍ଷକ ମାନେ ଏହିଥିରେ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *