Tuesday , October 26 2021
Breaking News
Home / ବିଶେଷ / ବୃହତର ଢେଙ୍କାନାଳ ର ସ୍ୱପ୍ନ ସାକାର ପାଇଁ ବିକାଶ ପରିଷଦର ଦାବି

ବୃହତର ଢେଙ୍କାନାଳ ର ସ୍ୱପ୍ନ ସାକାର ପାଇଁ ବିକାଶ ପରିଷଦର ଦାବି

ଭୁବନ ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ବୃହତର ଢେଙ୍କାନାଳ ଓ ବିକଶିତ ଢେଙ୍କାନାଳ ର ସ୍ୱପ୍ନ ସାକାର କରିବାକୁ ଢେଙ୍କାନାଳ ବିକାଶ ପରିଷଦ ର ଆବାହକ ରାଜ ନାରାୟଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଭୁବନ ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାଟାର୍ଡ ଆକାଉଟାଣ୍ଟ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ,ଯେଉଁ ଅଂଚଳରେ ଗମନାଗମନ ଯେତେ ଉନ୍ନତ ସେହି ଅଂଚଳ ସେତେ ଉନ୍ନତ ଓ ବିକଶିତ । ବୃହତର ଢେଙ୍କାନାଳର ସ୍ୱପ୍ନ ସାକାର କରିବାକୁ ହେଲେ ଏକ ବାଇପାସ ରାସ୍ତା ଆବଶ୍ୟକ । ଏହି ରାସ୍ତା ବଳଦିଆବନ୍ଧରୁ ବାହାରି ଗୋବିନ୍ଦପୁର (ଯୋରନ୍ଦାରୋଡ) ରେଳ ଷ୍ଟେସନ ,କାଇମାଟି,ତରଭା,ବଣସିଂହ ରୋଡ,ଗେଙ୍ଗୁଟିଆ,ବାରଦା,ଦାଣ୍ଡିମାଳ ଷ୍ଟେସନ ଦେଇ ସିମିନଇ ଠାରେ ସମାପ୍ତ କରାଯାଇପାରିବ । ଏହା ହେଲେ ଢେଙ୍କାନାଳ ଟାଉନରେ ଗହଳି,ଟ୍ରାଫିକ ସମସ୍ୟା ଲାଘବ ହେବା ସହିତ ଜାତୀୟ ରାଜପଥର ବାଇପାସ ରାସ୍ତା ଭାବେ ବିକଶିତ ହୋଇପାରିବ । ଦ୍ୱିତୀୟ ଦାବି ମୁତାବକ ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ବ୍ରିଜରୁ ସୁରପ୍ରତାପପୁର ,ଦୟଣାବିଲି,ବିରାଶାଳ ଦେଇ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଠାରେ ସଂଯୋଗ କରାଗଲେ ଢେଙ୍କାନାଳ ସହ କେନ୍ଦୁଝର ଏବଂ ପରବର୍ତି ସମୟରେ କେନ୍ଦୁଝର ଟାଉନରୁ ବାରିପଦା,ରାଇରଙ୍ଗପୁର ଦେଇ ରାଂଚି ସହିତ ସଂଯୋଗ ହୋଇପାରିବ । ତୃତୀୟ ଦାବି ଅନୁଯାୟୀ କାମାକ୍ଷାନଗର କୁ କେନ୍ଦୁଝର ସହ ଏଇଭଳି ବିକଶିତ କରାଯାଉ,ଯାହା ଫଳରେ ଏହି ରାସ୍ତା କେନ୍ଦୁଝର ସହ ରାଉରକେଲା ଓ ଝାରସୁଗୁଡାକୁ ଯୋଡାଯାଇ ପାରିବ । ମାନ୍ୟବର ପୂର୍ତମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ବିକାଶ ପରିଷଦର ଏହି ଦାବି/ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ଢେଙ୍କାନାଳ ଜିଲ୍ଲା ସହିତ କେନ୍ଦୁଝର,ମୟୁରଭଞ୍ଜ,ସୁନ୍ଦରଗଡ,ଝାରସୁଗୁଡା ଜିଲ୍ଲାର ମଧ୍ୟ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *