ପାରାଦୀପ ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଆଜି ପାରାଦୀପ ବିଜେଡି ପକ୍ଷରୁ ପାଳିତ ହୋଇ ଯାଇଛି । ଏହି ଅବସରରେ ସକାଳେ ପାରାଦୀପର ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ପାରାଦୀପ ବିଜେଡି ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ରାଜ୍ୟ ସଂପାଦକ ତଥା ଅବିଭକ୍ତ କଟକ ଜିଲ୍ଲାର ବରିଷ୍ଠ ଶ୍ରମିକନେତା, ସମାଜସେବୀ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ପାରାଦୀପ ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ପାରାଦୀପ ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ, ଶ୍ରୀମତୀ ସବିତା ମହାପାତ୍ର, ପୂର୍ବତନ ପାରିଷଦ ମାନଙ୍କ ସମେତ ବହୁ ବରିଷ୍ଠ କର୍ମୀ ମାନେ ଅଠରବାଙ୍କୀ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ । ଏହା ପରେ ମନ୍ୟବର ବିଧାୟକ ଶ୍ରୀ ରାଉତରାୟ ଏକ ଶୋଭାଯାତ୍ରାରେ ନୂଆବଜାରସ୍ଥିତ ବିଜେଡି କାର୍ଯ୍ୟଳୟ ସମ୍ମୁଖରେ ପହଁଚି ଦଳୀୟ ପତାକା ଉତୋଳନ କରିଥିଲେ । ପ୍ରତିଷ୍ଠା ଦିବସ ଉପଲକ୍ଷେ ଅପରାହ୍ନରେ ଏକ ସଭା ବିଜୁ ମେମୋରିଆଲ ଟ୍ରଷ୍ଟ ଠାରେ ଆୟୋଜନ କରାଯାଥିଲା । ଏହି ସଭାରେ ପାରାଦୀପ ବିଜେଡି ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ରାଜ୍ୟ ସାଧାରଣ ସଂପାଦକ ଇଂ ପ୍ରମୋଦ କିଶୋର ଜେନା, ରାଜ୍ୟ ଯୁଗ୍ମ ସଂପାଦିକା ସବିତା ମହାପାତ୍ର, ପାରାଦୀପ ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ଉପସଭାପତି ଉଲ୍ଲାସ ବିଶ୍ୱାଳ, ପୂର୍ବତନ ପୌର ଉପାଧ୍ୟକ୍ଷା ପ୍ରଭାତୀ ନାୟକ,ମହିଳା ବିଜେଡି ସଭାନେତ୍ରୀ ଚପଳା ସ୍ୱାଇଁ, ପାରାଦୀପ ବିଜେଡି ସଂପାଦକ ଜ୍ୟୋତିକାନ୍ତ ପରିଡା, ଯୁବ ବିଜେଡି ସଭାପତି ଆଲୋକ କୁମାର ମହାପାତ୍ର, ପାରାଦୀପ ବିଜେଡି ଲିଗାଲ ସେଲ୍ ର ସଭାପତି ଆଇନଜିବୀ ସୁରେଶ ଚନ୍ଦ୍ର ଦାସ, ପାରାଦୀପ ନିର୍ବାଚନ ମଣ୍ଡଳୀର ସଂଖ୍ୟାଲଘୁ ସେଲ୍ ର ସଭାପତି ଅବଦୁଲ୍ ଆବିଦ୍ ଖାନ୍ ସମେତ ସମସ୍ତ ପୂର୍ବତନ ପାରିଷଦ ଉପସ୍ଥିତ ଥିଲେ । ପୂର୍ବତନ ପାରିଷଦ ଶଂଙ୍କର ପ୍ରସାଦ ରାଉତ ସ୍ୱାଗତ ଭାଷଣ ଦେବା ସହ ବିଗତ ୫ବର୍ଷର ପୌର ପରିଷଦର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଶେଷରେ ପୂର୍ବତନ ପାରିଷଦ ମାନସ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର