Tuesday , November 30 2021
Breaking News
Home / ବିଶେଷ / ପାଟକୁରା ବ୍ରିଜ ଠାରୁ ପୁନ୍ଦାଳ ନଦୀ ବନ୍ଧ ରାସ୍ତା ଶୋଚନୀୟ  

ପାଟକୁରା ବ୍ରିଜ ଠାରୁ ପୁନ୍ଦାଳ ନଦୀ ବନ୍ଧ ରାସ୍ତା ଶୋଚନୀୟ  

ଗରଦପୁର ୨୬/୧୨/୨୦୨୦(ଓଡ଼ିଶା ସମାଚାର)-ପାଟକୁରା ବ୍ରିଜ୍ ଠାରୁ ପୁନ୍ଦାଳ ବଟ ମହାପୁରୁଷ ଙ୍କ ପର୍ଯ୍ୟନ୍ତ ଚିତ୍ରୋପôଳା ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇ ପଡ଼ିଛି । ପ୍ରତ୍ୟହ ଏହି ରାସ୍ତାରେ ଶହ ଶହ ଗାଡ଼ି ମୋଟର ଟ୍ରକ୍ ବସ ଆଦି ଭାରିଯାନ ଯାତାୟତ କରୁଥିବାରୁ ଏହି ରାସ୍ତାର ମରାମତି ଜରୁରୀ ହୋଇ ପଡ଼ିଛି । ଉଲେଖନୀୟ ଏହିକି ଏହି ରାସ୍ତାରେ ଗମନା ଗମନ ପାଇଁ ଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ନଦୀ ବନ୍ଧ ରାସ୍ତା ଟି ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୩ ମସିହାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୪ କିମି ବିଶିଷ୍ଟ ଏହି ନଦୀବନ୍ଧ ରାସ୍ତାକୁ ୨୦୧୪ ମସିହା ମାର୍ଚ୍ଚ ମାସରେ ପିଚୁ କରାଯାଇଥିଲା । ରାସ୍ତା ଟି ସର୍ବ ସାଧାରଣଙ୍କ ପାଇଁ ଉପଯୋଗୀ ହୋଇ ପରିଥିଲା । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ କଟକକୁ ଯାତ୍ରିବାହୀ ବସ ଚଳାଚଳ କରୁଥିଲାବେଳେ ବ୍ୟବସାୟୀକ ଦୃଷ୍ଟିକୋଣୁ ଟ୍ରକ, ହାଇୱା ଆଦି ଚଳାଚଳ କରୁଛି । ନୀୟମାନୁଯାୟୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ରକ୍ଷଣାବେକ୍ଷଣ ଓ ମରାମତି କରିବା ନୀୟମ ଥିବାବେଳେ ସେ ଅବଧି ମଧ୍ୟ ଶେଷ ହୋଇଯାଇଛି । ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଗଲାଣି । କେତେକ ସ୍ଥାନରେ ପିଚୁ ଉଠି ଖାଲ ଖମା ଓ ଗାଢ଼ ସୃଷ୍ଟି ହୋଇ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ରାସ୍ତାର ଦୂରାବସ୍ଥା ପାଇଁ ଅନେକ ସମୟରେ ପଥଚାରୀମାନେ ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରଧାନମନ୍ତ୍ରୀ ସଡ଼କକୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇ ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *