Friday , January 28 2022
Breaking News
Home / ବିଶେଷ / ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ୫ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ୫ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

କେନ୍ଦ୍ରାପଡା,୨୬/୧୨/୨୦୨୦(ଓଡ଼ିଶା ସମାଚାର)- ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ୫ମ ଜିଲ୍ଲା ସମ୍ମିଳନୀ ପର୍ଯ୍ୟଟନକ୍ଷେତ୍ର ମା’ଛୁଆଳିଆ ପୀଠରେ ଜିଲ୍ଲା ସଭାପତି ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମୃତୁ୍ୟବରଣ କରିଥିବା ଆଶାକର୍ମୀ, କୃଷକ ଆନ୍ଦୋଳନରେ ସହୀଦ କୃଷକ,କରୋନା ଯୋଦ୍ଧାଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏ.ଆଇ.ଟି.ୟୁ.ସି. ନେତା ଆଇନଜୀବି ରମଣୀରଞ୍ଜନ ରାଉତରାୟ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଜିଲ୍ଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତଦିନର କାର୍ଯ୍ୟକ୍ରମ ଓ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ ।  ଶ୍ରୀ ସିଦ୍ଧ ବଳଦେବଜୀଉ ଅସ୍ଥାୟୀ ମେଳା ବ୍ୟବସାୟୀ ସଙ୍ଘ ପକ୍ଷରୁ ସମ୍ପାଦକ ଚିତରଞ୍ଜନ ମହାନ୍ତି, ପାଚୀକା ସଙ୍ଘର ନେତା ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶିକ୍ଷକ ନେତା ବସନ୍ତ କୁମାର ବାରିକ, ଦିଲ୍ଲିପ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସାଂଗଠନିକ ଆଲୋଚନାରେ ପଟ୍ଟାମୁଣ୍ଡାଇ ସିଏଚସି ସଭାପତି ମନୋରମା ନାଥ, ସମ୍ପାଦିକା ସୁଷମା ଆଚାର୍ଯ୍ୟ, କୋଷାଧ୍ୟକ୍ଷ ମିତାଞ୍ଜଳି ସିଂ,ସତ୍ୟଭାମା ମହାକୁଡ, ରାଜକନିକା ସିଏଚସି ସଭାପତି ସୁକାନ୍ତୀ ବେହେରା, ସମ୍ପାଦିକା କବିତା ସ୍ୱାଇଁ, ଇନ୍ଦୁପୁର ସିଏଚସି ସଭାପତି ସରସ୍ୱତୀ ସ୍ୱାଇଁ, ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ମାନୀନି ମଲ୍ଲିକ, ସଶ୍ମିତା ବାରିକ ପ୍ରମୁଖ ୯ଟି ବ୍ଲକର ନେତୃତ୍ୱମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଆସନ୍ତା ୩୦ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ଜାନୁଆରୀମାସ ୩୦ତାରିଖରେ ଜିଲ୍ଲା ସ୍ତରୀୟ ସମାବେଶ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *