କଟକ ଠାରୁ ୨୦୦ କିମି ଦୂରତା ମଧ୍ୟରେ ସମସ୍ତ ଥାନାକୁ ଆଡ଼ଭାଇଜାରୀ ଜାରି କରିବା ପାଇଁ ବୁଦ୍ଧିଜିବୀ ମହଲ ର ମତ
କଟକ, ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଆଜି କ୍ରାଇମ୍ ସିଣ୍ଡିକେଟ୍ ର ଡ଼ନ୍ ଡି ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍ ଚ୍ୟାମ୍ୱରରୁ କମିଶନରେଟ୍ ପୁଲିସ ପୁଣି ୩ ଟି ବନ୍ଧୁକ, ୫ଟି ମ୍ୟାଗାଜିନ୍ ଓ ୧୭୫ଟି ଗୁଳି ଜବତ କରିବା ସହ ସାଢ଼େ ୧୬ ଲକ୍ଷ ଟଙ୍କା ଜବତ କରିଛି। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗଷ୍ଟର ଦୁଇ ଭାଇଙ୍କ ଘରେ ପୁଲିସ ଯେତେଥର ଚଢ଼ାଉ କରୁଛି ସେତେଥର ବନ୍ଧୁକ ଓ ଗୁଳି ଆଦି ଜବତ ହେଉଛି।
ଆଜି ଛାତ ସିଲି୍ଂ ଭିତରୁ ୩ଟି ୯ ଏମ୍ଏମ୍ ପିସ୍ତଲ ମିଳିଥିବା ବେଳେ ୧୭୫ ରାଉଣ୍ଡ ଗୁଳି ଏବଂ ୧୬.୫ ଲକ୍ଷ ଟଙ୍କା ମିଳିଛି । ବେଶ ଚାଲାକର ସହ ଛାତ ସିଲି୍ଂ କରି ଏସବୁ କୁ ଲୁଚାଇ ରଖାଯାଇଥିଲା। ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଲୁଚାଇ ରଖାଯାଇଥିଲା। ପୁଲିସ ଜେରା କରିବା ବେଳେ ଡି ବ୍ରଦର୍ସ ଏନେଇ ମାନିଯାଇଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ଏ ସବୁ ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିଲା ପରେ ଲୋକଙ୍କ ମନରେ ସ୍ୱତ ପ୍ରଶ୍ନ ଉଠେ ଯେ ଗତ କିଛି ବର୍ଷ ମଧ୍ୟରେ ଯେତେ ଗୁଡ଼ିଏ ବନ୍ଧୁକ ଧରାଯାଇଛି, କିମ୍ବା ଗୁଳି କାଣ୍ଡ ହୋଇଛି ସେ ସବୁ ଏହି ଧଳସାମନ୍ତ ବ୍ରଦର୍ସ ଙ୍କ ଠାରୁ ଆସିନଥିଲା ତ ? କଟକ ଠାରୁ ୧୦୦ କିମି ଦୂର ମଧ୍ୟରେ ଯେତେ ଗୁଡ଼ିଏ ବନ୍ଧୁକ ଧରାପଡ଼ିଛି, ଗୁଲି କାଣ୍ଡ ଘଟିଛି ସେ ସବୁ ବନ୍ଧୁକ ଧଳସାମନ୍ତ ବ୍ରଦର୍ସ ଙ୍କ ଠାରୁ କିଣାଯାଇଥିବା ଆଶଙ୍କା କରାଯାଉଛି । କଟକ ଠାରୁ ୧୦୦ କିମି ଦୂରତା ମଧ୍ୟରେ ଅନେକ ଗୁଳି ଫୁଟିଥିଲେ ମଧ୍ୟ କେତେକ କ୍ଷେତ୍ରରେ ସ୍ଥାନୀୟ ପୋଲିସ ର ଅପାରଗତାରୁ ବନ୍ଧୁକ ଧରାପଡ଼ିନାହିଁ । କେତେକ କ୍ଷେତ୍ରରେ ଅପାରଗ ପୋଲିସ ଗୁଳି କାଣ୍ଡରୁ ଖାଲି ଖୋକା ଜବତ କରି ବନ୍ଧୁକ ଧରିପାରିନାହିଁ । ତେଣୁ ଖାଲି ଧଳସାମନ୍ତ ଭାଇ ଙ୍କ ଘରେ ଯେ ବନ୍ଧୁକ ରହିଛି , ତାହା ନୁହେଁ । କଟକ ଠାରୁ ଅତି କମ ରେ ୨୦୦ କିମି ଦୂର ମଧ୍ୟରେ ଧଳସାମନ୍ତ ଭାଇ ଙ୍କ ଠାରୁ ଯାଇ ବହୁ ପରିମାଣର ବନ୍ଧୁକ ରହିଛି । କଟକ ଠାରୁ ଅତି କମ ରେ ୨୦୦ କିମି ଦୂରତା ମଧ୍ୟରେ ସମସ୍ତ ଥାନାକୁ ଏଥିପାଇଁ ଆଡ଼ଭାଇଜାରି ଜାରି କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଉଛି । ଓଡ଼ିଶା ସମାଚାର