Friday , October 22 2021
Breaking News
Home / କ୍ରୀଡ଼ା / ଦିବା ରାତ୍ରି ଫଟା ଫଟ ମ୍ୟାଚ,ଡ଼େଲାଙ୍ଗ ଚମ୍ପିୟାନ

ଦିବା ରାତ୍ରି ଫଟା ଫଟ ମ୍ୟାଚ,ଡ଼େଲାଙ୍ଗ ଚମ୍ପିୟାନ

ନିରାକାରପୁର, ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରରାକାରପୁର ପଂଚାୟତ ପାଣ୍ଡବପାଟଣା ଗା୍ରମର ପ୍ରଗତୀ ଯୁବକ ସଂଘ ଆନୁକୂଲ୍ୟରେ ଆୟଜିତ ଦିବା ରତ୍ର ଫଟା ଫଟ କି୍ରକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଶୁଭମ ଦାଶ ଅଧ୍ୟକ୍ଷତା କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ଦୈନିକ  ବୈଦ୍ୟୁତିକ ଗଣମାଧ୍ୟମର  ସଂପାଦକ ପ୍ରକାଶ ରଥ ଉଦଘାଟନ କରିଥିଲେ । ସମ୍ମାନୀତ ଅତଥି ଭାବେ ନିରାକାରପୁର ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ,ସୁର୍ଯ୍ୟମଣି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଖେଳରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲା ବେଳେ ଭୁବନେଶ୍ୱର ଆଇ ଆର ସି ଭିଲେଜ କି୍ରକେଟ କ୍ଲବ କୁ ୧୧ରନରେ ହରାଇ ବେରୋବୋଇ  ଷ୍ପୋଟିଙ୍ଗ କ୍ଲବ  ଡ଼େଲାଙ୍ଗ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବେରୋବୋଇ ପ୍ରଥମେ ଟସ୍ ଜିତି ବ୍ୟାଟିଂଙ୍ଗ କରି  ନିର୍ଦ୍ଧାରିତ ୮ଓଭରରେ ୪ଟି ମୁଲ୍ୟବାନ ଉକେଟ ହରାଇ ୪୭ ରନ ସଂଗ୍ରହ କରିଥିବା ବେଳେ ଭୁବନେଶ୍ୱର ଦଳ ଏହାର ପିଚ୍ଚାକରି ନିର୍ଦ୍ଧାରିତ ଓଭରରେ ୫ ଉକେଟ ହରାଇ ୩୬ ରନ ସଂଗ୍ରକରି ପରାଜିତ ହୋଇଥିଲା ଉଭୟ ଖେଳାଳିଙ୍କୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ଏହି ଖେଳକୁ ପ୍ରକାଶ ମିଶ୍ର,ରାଜେଶ ବେହେରା ଓ ପ୍ରଦୁ୍ୟମ୍ନ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସଂପାଦକ ଚନ୍ଦ୍ରକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ …

Leave a Reply

Your email address will not be published. Required fields are marked *